ଝାରସୁଗୁଡ଼ା:ଝାରସୁଗୁଡ଼ା ସହରର ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣାରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଗିରଫ କରିଛି। ନଗଦ ଲକ୍ଷାଧିକ ଟଙ୍କା ସହ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଜବତ କରିଛି ପୋଲିସ । ଏ ନେଇ ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
୧୯ ତାରିଖରେ ଝାରସୁଗୁଡ଼ା ସହରରେ ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ୍ ହୋଇଥିଲା ।
ଖବରମୁତାବକ, ଚୋରଙ୍କ ଠାରୁ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଉଦ୍ଧାର ହୋଇଛି । ସେହିପରି ପ୍ରାୟ ୬୬ ଲକ୍ଷ ୫୬ ହଜାର ଟଙ୍କାର ସୁନା ଗହଣା ଓ କଏନ, ୨୪ ଲକ୍ଷ ୭୭ ହଜାରରୁ ଅଧିକ ଟଙ୍କାର ରୁପା ଗହଣା ଓ କଏନ ଉଦ୍ଧାର କରିଛି ପୋଲିସ । ଏହି ମାମଲାରେ ୨ ନାବାଳକଙ୍କ ସମେତ ୧୦ ଜଣକୁ ଗିରଫ କରିଛି ଝାରସୁଗୁଡା ପୋଲିସ । ଏହି ଘଟଣାରେ ପୋଲିସ ତିନୋଟି ବନ୍ଧୁକ ସହିତ ୧୨ଟି ଜୀବନ୍ତ ଗୁଳି ଓ ଅନ୍ୟ ମାରଣାସ୍ତ୍ର ଜବତ
ଜବତ କରିଛି ପୋଲିସ ।
ଅଭିଯୁକ୍ତ ମାନେ ହେଲେ ସଞ୍ଜୟ ସିଂହ, ରାଧାକାନ୍ତ କହ୍ନର, ଅଶୋକ କୁମାର ପଣ୍ଡା, ଜଗବନ୍ଧୁ ବେହେରା, କାହ୍ନା ଚରଣ ସ୍ୱାଇଁ, ଆନନ୍ଦ ରାୟ, ଜିତେନ୍ଦ୍ର ସାହୁ, ସୁଶୀଳା ମେହେର।
Comments are closed.