ପୁରୀ: ଶ୍ରୀମନ୍ଦିରକୁ ନେଇ ସୋସିଆଲ ମିଡିଆ ଇନଫ୍ଲୁଏନସର୍ ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ଏବେ ଉଗ୍ର ରୂପ ନେବାରେ ଲାଗିଛି । ପୁରୀ ଶ୍ରୀମନ୍ଦିରକୁ ନେଇ ବିବାଦୀୟ ଟିପ୍ପଣି ଦେବା ପରେ ତାଙ୍କ ବିରୋଧରେ ବିଭିନ୍ନ ମହଲରୁ ଅଭିଯୋଗ ଆସିଛି । ସେ ନିକଟରେ ତାଙ୍କ ପୋଡକାଷ୍ଟରେ କହିଥିଲେ ଯେ, କୌଣସି ପ୍ରେମୀ ଯୁଗଳ ଯଦି ଶ୍ରୀମନ୍ଦିରକୁ ଯାଆନ୍ତି ତେବେ ସେମାନଙ୍କର ପ୍ରେମ ଭାଙ୍ଗିଯାଏ । ସେମାନେ କେବେ ବି ବିବାହ କରିପାରନ୍ତି ନାହିଁ ବୋଲି ଶୁଭଙ୍କର ପୋଡକାଷ୍ଟରେ କହିଥିଲେ ।
ବଡ ବଡ ଟିଭି ଚ୍ୟାନେଲରେ କାମ କରିଥିବା ଶୁଭଙ୍କର ଏଭଳି କଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଭୂଲରେ ବି କେହି ଶ୍ରୀମନ୍ଦିର ଭିତରକୁ ପ୍ରେମୀ ଯୁଗଳ ଯିବ ନାହିଁ । ଯଦି ପ୍ରେମକୁ ବଞ୍ଚାଇବାକୁ ଚାହୁଁଥିବ ସେଠାକୁ ନଗଲେ ଭଲ ବୋଲି ସେ କହିଥିଲେ । କାହିଁକି ନା ଶ୍ରୀମନ୍ଦିର ଉପରେ ମା ରାଧାରାଣୀଙ୍କ ଅଭିଶାପ ପଡିଛି । ପ୍ରଭଉ ଶ୍ରୀକୃଷ୍ଣଙ୍କ ଜଗନ୍ନାଥ ରୂପ ଦର୍ଶନ କରିବା ପାଇଁ ମାଆ ରାଧାରାଣୀ ଦିନେ ମନ୍ଦିରରେ ପହଞ୍ଚିଥିଲେ । ହେଲେ ମନ୍ଦିରକୁ ଯିବାବେଳେ ସେବାୟତମାନେ ତାଙ୍କୁ ଅଟକାଇଥିଲେ । ମନ୍ଦିରକୁ ପ୍ରଭୁ ଜଗନ୍ନାଥଙ୍କ ପତ୍ନୀଙ୍କୁ ଆସିବାର ଅନୁମତି ନାହିଁ, କିନ୍ତୁ ଆପଣ କେମିତି ଆସିପାରିଲେ ବୋଲି ପ୍ରଶ୍ନ ହୋଇଥିଲା । ଏଥିପାଇଁ ମାଆ ଅଭିଶାପ ଦେଇଥିଲେ ବୋଲି ଶୁଭଙ୍କର କହିଥିଲେ ।
ଏହାକୁ ନେଇ ଜଗନ୍ନାଥ ସଂସ୍କୃତି ଗବେଶକ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି ଯେ, ମହାପ୍ରଭୁଙ୍କ କ୍ଷେତ୍ରକୁ ନେଇ ଏଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଲଜ୍ଜାଜନକ ଅଟେ । ମହାପ୍ରଭୁ ହେଉଛନ୍ତି ଭାବର ଠାକୁର ମନରେ ଭକ୍ତି, ପ୍ରେମ ଭାବ ଓ ଶ୍ରଦ୍ଧା ଥିଲେ ଜଗନ୍ନାଥଙ୍କୁ ପାଇପାରିବ । ହେଲେ ଶୁଭଙ୍କର ମିଶ୍ରଙ୍କ ଏଭଳି ମନ୍ତବ୍ୟର କୌଣସି ଅସ୍ତିତ୍ବ ନାହିଁ । ଏହା ଶ୍ରୀକ୍ଷେତ୍ର ପ୍ରତି ସନାତନ ଧର୍ମ ପ୍ରତି ଅବମାନନା ଅଟେ । ଜଗନ୍ନାଥ ମନ୍ଦିରକୁ ନେଇ ଏଭଳି କଥା କୌଣସି ବେଦ ଶାସ୍ତ୍ର କିମ୍ବା ପୁରାଣରେ ଲେଖା ନାହିଁ ବୋଲି ସେ ଖଣ୍ଡନ କରିଛନ୍ତି ।
ଏହା ସହ କେହି ଅବିବାହିତ ଯୋଡି ଶ୍ରୀମନ୍ଦିର ଗଲେ ସେମାନଙ୍କ ବିବାହ ହୋଇପାରିବ ନାହିଁ ବୋଲି ମା ଅଭିଶାପ ଦେଇ ଚାଲି ଆସିଥିଲେ ବୋଲି ପୋଡକାଷ୍ଟରେ କହିଥିଲେ ଶୁଭଙ୍କର । ଏହି ଭିଡିଓ ଭାଇରାଲ ହେଲା ପରେ ଶୁଭଙ୍କରଙ୍କୁ କ୍ଷମା ମାଗିବା ପାଇଁ କୁହାଯାଇଛି । ତୁରନ୍ତ କ୍ଷମା ମାଗ ନହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭିନ୍ନ ଲୋକ ଦାବି କରିଛନ୍ତି ।
Comments are closed.