ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହିତ ଜଡିତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀମାନେ ପାକିସ୍ତାନୀ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟି ସହିତ ଜଡିତ, ଯିଏ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISIର ନିର୍ଦ୍ଦେଶରେ କିଏ କାମ କରୁଥିଲା। । ପୋଲିସ ଗିରଫଦାରୀଗୁଡ଼ିକୁ ଲାଲକିଲ୍ଲା ବିସ୍ଫୋରଣ ସହିତ ମଧ୍ୟ ଜଡିତ କରାଯାଉଛି।
ଏହି ଗିରଫଦାରୀ ଦିଲ୍ଲୀ ବିସ୍ଫୋରଣର ତଦନ୍ତକୁ ଏକ ନୂତନ ଦିଗ ପ୍ରଦାନ କରୁଛି। ଆତଙ୍କବାଦୀ ସଂଗଠନ ବ୍ୟତୀତ ପାକିସ୍ତାନର ପ୍ରମୁଖ ଗ୍ୟାଙ୍ଗଷ୍ଟର ଶହଜାଦ ଭଟ୍ଟିର ନାମ ମଧ୍ୟ ସାମ୍ନାକୁ ଆସିଛି। ଏହି ତିନି ଆତଙ୍କବାଦୀଙ୍କୁ ଉତ୍ତର ପ୍ରଦେଶ, ପଞ୍ଜାବ ଏବଂ ମଧ୍ୟପ୍ରଦେଶରୁ ଗିରଫ କରାଯାଇଥିଲା।
ପୋଲିସର ସୂଚନା ଅନୁଯାୟୀ, ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ପାକିସ୍ତାନରୁ ପରିଚାଳିତ ଶହଜାଦ ଭଟ୍ଟି ଆତଙ୍କୀ ମଡ୍ୟୁଲର ନେତୃତ୍ୱରେ କାମ କରୁଥିଲେ।
ସ୍ପେଶାଲ ସେଲ୍ ଆଣ୍ଟି ଟେରର ୟୁନିଟ (TYR) ଗୁଇନ୍ଦା ଏଜେନ୍ସି ଇନପୁଟ୍ ଆଧାରରେ ଏହି ମଡ୍ୟୁଲର ପର୍ଦ୍ଦାଫାଶ କରିଛି। ଗିରଫ ଆତଙ୍କବାଦୀ ପଞ୍ଜାବ ସହ ଜଡିତ ସନ୍ଦିଗ୍ଧ ମୁଖ୍ୟ ରହିଛି, ଯିଏକି ଗ୍ୟାଙ୍ଗଷ୍ଟର ନେଟଓ୍ବର୍କ ଜରିଆରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ତସ୍କରି କରୁଥିଲା। ମଡ୍ୟୁଲର ଅନ୍ୟ ସଦସ୍ୟ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଓ ମୁରାଦାବାଦ ତଥା ମଧ୍ୟ ପ୍ରଦେଶରୁ ଧରାପଡିଛି।
ପୋଲିସ ତଦନ୍ତରୁ ଜଣାପଡିଛି ଯେ ଏହି ମଡ୍ୟୁଲ୍ ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ସହ ଯୋଗାଯୋଗରେ ଥିଲା। ଅଭିଯୁକ୍ତମାନେ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ISI ଠାରୁ ନିର୍ଦ୍ଦେଶ ପାଉଥିଲେ ଏବଂ ଦିଲ୍ଲୀ-ଏନସିଆରରେ ବିସ୍ଫୋରକ ଆକ୍ରମଣ ଯୋଜନା କରୁଥିଲେ। ପୋଲିସ ସନ୍ଦେହ କରୁଛି ଯେ ଏହି ନେଟୱାର୍କ ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶରେ ଯୁବକମାନଙ୍କୁ ନିଯୁକ୍ତି ଦେଉଥିଲା।
ସୂଚନାଥାଉକି, ଶାହଜାଦ ଭଟ୍ଟି ନିକଟରେ ପଞ୍ଜାବର ଜଣେ ବିଜେପି ନେତାଙ୍କ ଘର ବାହାରେ ହୋଇଥିବା ଗ୍ରେନେଡ୍ ଆକ୍ରମଣରେ ସମ୍ପୃକ୍ତ ଥିଲା । ଭଟ୍ଟି ପାଖରେ ମରକ୍କୋର ପାସପୋର୍ଟ ଅଛି ଏବଂ ସେ ୟୁଏଇରେ ସକ୍ରିୟ ଅଛି ବୋଲି ଜଣାପଡିଛି। ଭଟ୍ଟି ସୋସିଆଲ ମିଡିଆରେ ଅନେକ ଭିଡିଓ ଜାରି କରି ନିଜକୁ “ଇସଲାମ ଏବଂ ପାକିସ୍ତାନର ସୈନିକ” ବୋଲି କହିଛି ।
Comments are closed.