ଭୁବନେଶ୍ୱର: ରାଜ୍ୟର ଶାସନ ଆଧୁନିକୀକରଣ ଏବଂ ଏହାର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି (CAGR) ଗଠନ କରିଛନ୍ତି। ଏହି ପଦକ୍ଷେପ ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭ ସହିତ ସମନ୍ୱିତ ଅଟେ ବୋଲି ଜଣା ପଡ଼ିଛି।
ତେବେ ଅବସରପ୍ରାପ୍ତ IAS ଅଧିକାରୀ ଯୁଗଳ କିଶୋର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ଯେଉଁଥିରେ ପୂର୍ବତନ IAS ଅଧିକାରୀ ଓ.ପି. ଅଗ୍ରୱାଲ ଏବଂ ଟି.ଏମ୍. ବିଜୟ ଭାସ୍କର ଏହାର ସଦସ୍ୟ ଥିବା ନେଇ ସୁଚନା ମିଳିଛି।
ତେବେ ସେବା ପ୍ରଦାନରେ ସରଳୀକରଣ, ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଡିଜିଟାଲ୍ ଗ୍ରହଣ ପାଇଁ ପଦକ୍ଷେପ ସୁପାରିଶ କରିବା ପାଇଁ ପ୍ୟାନେଲକୁ ଦାୟିତ୍ୱ ଦିଆଯାଇଛି। ଏହା ନାଗରିକ ସେବା ପାଇଁ ଅଂଶଗ୍ରହଣକାରୀ ଶାସନ, ସମସ୍ୟାର ଅଭିଯୋଗ ଓ ସମାଧାନ ଏବଂ କ୍ଷମତା ନିର୍ମାଣ ପାଇଁ ମଧ୍ୟ ସହାୟ ହୋଇପାରିବ ବୋଲି କୁହାଯାଉଛି। ତେବେ ୨୦୩୬-୨୦୪୭କୁ ନଜରରେ ରଖି ରାଜ୍ୟ ସରକାର ପ୍ରତିକ୍ରିୟାଶୀଳ, ସ୍ୱଚ୍ଛ, ଦକ୍ଷ ଏବଂ ନାଗରିକ-କୈନ୍ଦ୍ରିକ ଶାସନ ମାଧ୍ୟମରେ ଓଡ଼ିଶାର ବିକାଶ କରାଯିବା ନେଇ ମଧ୍ୟ କୁହାଯାଇଛି।