Latest Odisha News

BREAKING NEWS

ନଦୀ ଜଳ ଦୂଷିତ ହେଲେ ଦାୟୀ ରହିବେ ଅଧିକାରୀ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଭୁବନେଶ୍ବର: ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ନଦୀ ଜଳ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ମନ୍ତ୍ରୀ କହିଛନ୍ତି, ବିଭାଗ ପକ୍ଷରୁ ନଦୀ ଜଳକୁ ତିନି ମାସରେ ଥରେ ପରୀକ୍ଷା କରାଯାଉଛି। ଆମେ କହିପାରିବା ନାହିଁ ସବୁ ସ୍ଥାନରେ ନଦୀ ଜଳ ଠିକ ଅଛି। କଳ କାରଖାନାରୁ ବର୍ଜ୍ୟ ବସ୍ତୁ ଆସୁଛି। ନିରନ୍ତର ଭାବେ ନଦୀ ଜଳ ଚେକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଭାଗର ଅଧିକାରୀ ମାନେ ଭୁଲ କଲେ ଗୋଟେ ମାସର ଦରମା ବନ୍ଦ ହେବ ବୋଲି କହିଛନ୍ତି ମନ୍ତ୍ରୀ।

ଓଡ଼ିଶାର ୧୬ଟି ସ୍ଥାନରେ ନଦୀ ଜଳ ବର୍ତ୍ତମାନ ପ୍ରଦୂଷିତ। ପ୍ରଭାବିତ ସ୍ଥାନଗୁଡ଼ିକ ମଧ୍ୟରେ କଟକର କାଠଯୋଡି, ଭୁବନେଶ୍ୱରର ଦୟା ନଦୀ ଏବଂ ଗଙ୍ଗୁଆ ନାଳ, ଗୋପର ଭିଙ୍ଗାରାପୁର ନିକଟବର୍ତ୍ତୀ କୁଶଭଦ୍ରା, ରାଉରକେଲାର ବ୍ରାହ୍ମଣୀ ନଦୀ ଏବଂ ଗୁରାଡି ନାଳ ପ୍ରଦୂଷଣ ଥିବା ରିପୋର୍ଟ ହୋଇଛି । ।

ଏହା ମୁଖ୍ୟତଃ ସହରାଞ୍ଚଳ ବର୍ଜ୍ୟଜଳ ନିଷ୍କାସନ, ନଦୀ ଜଳର ଅତ୍ୟଧିକ ବ୍ୟବହାର ଯୋଗୁଁ ପ୍ରଦୂଷିତ ହେଉଛି । ଏସବୁ ଅବବାହିକାରେ ଜଳ ପ୍ରଦୂଷଣ ରୋକିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି ।

ସହରାଞ୍ଚଳ ଅଧିକାରୀମାନଙ୍କୁ ପ୍ରଦୂଷଣ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଜିଲ୍ଲା ପ୍ରଶାସନ, ନଗର ଉନ୍ନୟନ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଜଳ ଯୋଗାଣ ଓ ପରିମଳ ପରିଷଦକୁ ପଦକ୍ଷେପ ନେବାକୁ କୁହାଯାଇଛି ।

Leave A Reply

Your email address will not be published.