Latest Odisha News

BREAKING NEWS

Ollywood Movie: ସାମାଜିକ ବାର୍ତ୍ତା ନେଇ ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ ‘ମହାକାଳ’

ଭୁବନେଶ୍ୱର: ଦର୍ଶକଙ୍କୁ ଏଣ୍ଟରଟେନ୍ କରିବାକୁ ରିଲିଜ ଅପେକ୍ଷାରେ ପୁଣି ଆଉ ଏକ ଓଡିଆ ଫିଲ୍ମ ମହାକାଳ । ଆସନ୍ତା ଡ଼ିସେମ୍ବର ୧୯ ତାରିଖରେ ଫିଲ୍ମ ରିଲିଜ ହେବ । ଏହା ପୂର୍ବରୁ ଫିଲ୍ମର ଟ୍ରେଲର ଓ ଅଡିଓ ରିଲିଜ ହୋଇଛି । ଦେବ ଏଣ୍ଟରଟେନମେଣ୍ଟ ବ୍ୟାନରରେ ସିନେମାଟି ପ୍ରସ୍ତୁତ ହୋଇଛି । ପ୍ରଯୋଜକ, ନିର୍ଦ୍ଦେଶକ ସହ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଅଭିନେତା ଦେବ ।

ଅଭିନେତ୍ରୀ ମୋନାଲି ଏହି ଫିଲ୍ମରେ ଡେବ୍ୟୁ କରିଛନ୍ତି । ତାଙ୍କ ବ୍ୟତୀତ ଫିଲ୍ମରେ ଅନ୍ୟାନ୍ୟ ଭୂମିକାର ଅଭିନୟ କରିଛନ୍ତି ଅସୀତ ପତି, ବ୍ରଜ ସିଂ, ଡିସ୍କୋ ସ୍କା ରେଡ୍ଡୀ, ମନ୍ମଥ ମିଶ୍ର, ବବୁଲ, ରାଜଶ୍ରୀ, ପ୍ରତୀକ୍ଷା, ଶକ୍ତିଙ୍କ ସହ ଅନେକ କଳାକାର । ଫ୍ୟାମିଲି ଡ୍ରାମା, ରୋମାନ୍ସ ଆକ୍ସନ ସହ କମେଡିର ଭରପୁର ମଜା ପାଇବେ ଦର୍ଶକ । ଭରଦ୍ୱାଜ ପଣ୍ଡା ଫିଲ୍ମର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ଭାର ସମ୍ଭାଳିଛନ୍ତି ।

ଉତ୍ତର ଓଡ଼ିଶାର ଘନ ଜଙ୍ଗଲ ଜଳୁଛି । ପ୍ରାକୃତିକ ଭାବେ ନୁହେଁ ବରଂ ଅନ୍ୟାୟ ଓ ଲୋଭର ଅଗ୍ନିରେ ଏହି ଜଙ୍ଗଲ ଜଳୁଥିବା ବେଳେ ନାୟିକା ଏହି ଜଙ୍ଗଲର ସୁରକ୍ଷାକୁ ନେଇ କେଉଁସବୁ ସଂଘର୍ଷ ସାମନା କରୁଛନ୍ତି । କିଭଳି ରାଜନୈତିକ ଅପରାଧୀ, ଧନପ୍ରାପ୍ତି ପାଇଁ ଆତୁର ବ୍ୟବସାୟୀ ଓ ଦଳାଲ ମାନେ ଏହି ଅଞ୍ଚଳକୁ ଲୁଟିବା ପାଇଁ ଚକ୍ରାନ୍ତ କରିଛନ୍ତି ଏହାକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି ।

ଫିଲ୍ମରେ ୪ଟି ଗୀତ ରହିଛି । ସଙ୍ଗୀତରେ ଗୁଡ଼ିଲି ରଥ ,ବିଭୂତି ଗଡ଼ନାୟକ ଓ ଶୁଭାଶିଷ ରହିଛନ୍ତି । ସ୍ବର୍ଗତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଏଥିରେ ଦୁଇଟି ଗୀତ ଗାଇଥିବା ବେଳେ, ଶୀତଲ କବି, ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି ।

Leave A Reply

Your email address will not be published.