କନ୍ଧମାଳ: ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର । ରାଜ୍ୟର ସବୁଠାରୁ ଦୀର୍ଘତମ କଳିଙ୍ଗା ଘାଟିରେ ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର ଲାଗିଛି । ଭୁବନେଶ୍ବର ଆଇଆଇଟି ପକ୍ଷରୁ ପରୀକ୍ଷା ମୂଳକ ଭାବରେ ଏହି ଯନ୍ତ୍ର ଖଞ୍ଜା ଯାଇଛି ।
ଆଜି ଭୁବନେଶ୍ୱର ଆଇଆଇଟି ର ଏକ ଟିମ୍ କଳିଙ୍ଗା ଘାଟି ଯାଇ ଭେଇକାଲ ସେନ୍ସର୍ ଆଲର୍ଟ ଯନ୍ତ୍ର ଦ୍ବାରା ଆଲର୍ଟ ଦେଉଥିବା ଯନ୍ତ୍ର ଲଗାଇଛନ୍ତି । ଏହା ସୌର ବିଦ୍ୟୁତ୍ ଚାଳିତ ଓ ସ୍ବୟଂ ଚାଳିତ ହେବ । ଏହା ଦୁର୍ଘଟଣା ଘଟୁଥିବା ସ୍ଥାନରେ ଚାଳକମାନଙ୍କୁ ସତର୍କ ସହିତ ଗାଡ଼ି ଚଳେଇବା ନିମନ୍ତେ ସେନ୍ସର ଯନ୍ତ୍ର ସୂଚନା ଦେବ ବୋଲି ସୂଚନା ରହିଛି ।
ଭେଇକାଲ ସେନ୍ସର୍ ଆଲର୍ଟ ଯନ୍ତ୍ର ରାସ୍ତାର ଦୁଇ କଡରେ ଲାଗିବ ଗୋଟିଏ ପାର୍ଶ୍ବରେ ଗାଡି ଆସିଲେ ଅନ୍ୟ ପାର୍ଶ୍ଵରେ ନାଲି ବତି ଜଳି ହର୍ଣ୍ଣ ବାଜିବ, ଯାହା ଫଳରେ ଅନ୍ୟ ପାର୍ଶରେ ଆସୁଥିବା ଗାଡ଼ି ଚାଳକ ସୂଚନା ପାଇବେ ଯେ ଅନ୍ୟ ସମ୍ମୁଖ ପାର୍ଶରୁ ଗାଡ଼ି ଆସୁଛି ଏହା ଫଳରେ ଚାଳକ ଜଣକ ଆଗୁଆ ସତର୍କ ହୋଇଯିବେ ।