Latest Odisha News

BREAKING NEWS

ଇଣ୍ଡିଗୋ ସଙ୍କଟ ମଧ୍ୟରେ ରେଳବାଇର ବଡ଼ ଘୋଷଣା; ୩୭ ଟ୍ରେନରେ ଯୋଡାଗଲା ୧୧୬ କୋଚ୍

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଇଣ୍ଡିଗୋ ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିଛି। ଯାହା ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେବେ ଏହି ଅସୁବିଧାକୁ ନଜରରେ ରଖି ଭାରତୀୟ ରେଳବାଇ ବଡ଼ ଘୋଷଣା କରିଛି। ଯାତ୍ରୀ ଚାହିଦା ପୂରଣ କରିବା ଏବଂ ଅଧିକ ସିଟ୍ ଯୋଗାଇବା ପାଇଁ ଦେଶବ୍ୟାପୀ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡାଯାଇଛି।

ରିପୋର୍ଟ ଅନୁଯାୟୀ, ଦକ୍ଷିଣ ରେଳବାଇ ଅନେକ ଟ୍ରେନରେ ସର୍ବାଧିକ ଅତିରିକ୍ତ କୋଚ୍ ଯୋଡିଛି। ଯାହା ୧୮ଟି ଟ୍ରେନରେ ଯାତ୍ରୀ କ୍ଷମତା ଅଧିକ ବୃଦ୍ଧି କରିଛି। ସେହିପରି ଅଧିକ ଚାହିଦା ଥିବା ରୁଟ୍‌ରେ ଅତିରିକ୍ତ ଚେୟାର କାର ଏବଂ ସ୍ଲିପର କୋଚ୍ ଯୋଡାଯାଇଛି। ଏହି ଅତିରିକ୍ତ କୋଚ୍ ଡିସେମ୍ବର ୬, ୨୦୨୫ରୁ କାର୍ଯ୍ୟକାରୀ ହେବ। ଯାହା ଦକ୍ଷିଣ ଭାରତୀୟ ଅଞ୍ଚଳରେ ଯାତ୍ରୀ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ।

ଅନେକ ଟ୍ରେନରେ ଅତିରିକ୍ତ କୋଚ୍ ଯୋଡା ହେବା ସହିତ ରେଳବାଇ ଯାତ୍ରୀଙ୍କ ଯାତ୍ରାକୁ ସହଜ କରିବା ପାଇଁ ଚାରୋଟି ସ୍ୱତନ୍ତ୍ର ଟ୍ରେନ ସେବା ମଧ୍ୟ ପରିଚାଳନା କରୁଛି। ସେଥିମଧ୍ୟରେ ଗୋରଖପୁର – ଆନନ୍ଦ ବିହାର ଟର୍ମିନାଲ – ଗୋରଖପୁର ସ୍ପେଶାଲ୍ (୦୫୫୯୧/୦୫୫୯୨) ଡିସେମ୍ବର ୭ ରୁ ୯, ୨୦୨୫ ମଧ୍ୟରେ ଚାରୋଟି ଯାତ୍ରା କରିବ। ନୂଆଦିଲ୍ଲୀ – ସହିଦ କ୍ୟାପଟେନ୍ ତୁଷାର ମହାଜନ – ନୂଆଦିଲ୍ଲୀ ସଂରକ୍ଷିତ ବନ୍ଦେ ଭାରତ ସ୍ପେଶାଲ୍ (୦୨୪୩୯/୦୨୪୪୦) ଡିସେମ୍ବର ୬, ୨୦୨୫ ରେ ଗଡିବ।

 

Leave A Reply

Your email address will not be published.