Latest Odisha News

BREAKING NEWS

ବିନା ଅନୁମତିରେ ବିଡିଓ ଏବଂ ତହସିଲଦାର ଛୁଟିରେ ରହିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ…

ଯାଜପୁର: ଏଣିକି କୌଣସି ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ଦାଖଲ ନକରି ବିନା ଅନୁମତିରେ ଅନୁପସ୍ଥିତ ରହିପାରିବେ ନାହିଁ । ଯଦି କେହି ବିନା ଅନୁମତିରେ ଛୁଟିରେ ରୁହନ୍ତି ତେବେ ତାଙ୍କ ବିରୋଧରେ ନିଆିବ କଡା କାର୍ଯ୍ୟାନୁଷ୍ଠାନ ବୋଲି ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

ଖବର ମୁତାବକ, ଗତ କିଛି ଦିନ ହେବ ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ତହସିଲର ଅଧିକାରୀମାନେ ଉପରିସ୍ଥ କର୍ତ୍ତୃପକ୍ଷଙ୍କଠାରୁ ଅନୁମତି ନ ନେଇ ହେଡକ୍ୱାର୍ଟରରେ ଅନୁପସ୍ଥିତ ରହିବା ନେଇ ଅଭିଯୋଗ ହୋଇଆସୁଥିଲା । ଏହା ଦ୍ବାରା ସରକାରୀ କାମରେ ବାଧା ଉପୁଜୁଥିଲା । ଏନେଇ ଜିଲ୍ଲାପାଳଙ୍କ ନିକଟକୁ ଅନେକ ଅଭିଯୋଗ ଆସିବା ପରେ ଜିଲ୍ଲାପାଳ କ୍ଷୁବ୍ଧ ହୋଇ ନୋଟିସ ଜାରି କରିଛନ୍ତି ।

ଜନସାଧାରଣଙ୍କ ଅଭିଯୋଗ ଶୁଣାଣି ପାଇଁ ପ୍ରଶାସନ ସର୍ବଦା ତତ୍ପର ରହିଛି । ବିଡିଓ ଏବଂ ତହସିଲଦାର ଛୁଟି ଦରଖାସ୍ତ ନଦେଇ ହେଡକ୍ୱାର୍ଟର ଛାଡ଼ିବା କାରଣରୁ ସମସ୍ୟା ଜଣାଇବା ପାଇଁ ଆସୁଥିବା ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ କାର୍ଯ୍ୟକ୍ଷେତ୍ରରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଜିଲ୍ଲାପାଳ ତାଗିଦ୍ କରି ଏହି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.