Latest Odisha News

BREAKING NEWS

Shashi Tharoor on Putin banquet:ପୁଟିନଙ୍କ ବିଶାଳ ରାଜକୀୟ ଭୋଜିରେ କ’ଣ ବିଶେଷ ଥିଲା? ଶଶି ଥରୁର କହିଲେ ଭିତିରି କଥା…

ନୂଆଦିଲ୍ଲୀ: ଗତକାଲି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ଏକ ରାଜକୀୟ ଗ୍ରାଣ୍ଡ ଭୋଜିର ଆୟୋଜନ କରାଯାଇ ଥିଲା। ଏପଟେ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ପ୍ରଥମେ ରାତ୍ରୀଭୋଜନ ଆଲୋଚନାର ବିଷୟ ପାଲଟିଥିଲା। ଏପଟେ କଂଗ୍ରେସ ସାଂସଦ ଶଶି ଥରୁରଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଥରୁର ନିମନ୍ତ୍ରଣ ପାଇବା ପରେ ପ୍ରସଙ୍ଗଟି ଅଧିକ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ରାଜକୀୟ ଗ୍ରାଣ୍ଡ ଭୋଜି କିପରି ଥିଲା ଏନେଇ ଆଜି ଏକ୍ସରେ ପୋଷ୍ଟ କରି କହିଛନ୍ତି ଶଶି ଥରୁର ।

ଶଶି ଥରୁର ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି,ଶୁକ୍ରବାର ରାତିରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଆୟୋଜିତ ଭୋଜିରେ ଯୋଗ ଦେଇଥିଲି। ପରିବେଶ ବହୁତ ଘନିଷ୍ଠ ଏବଂ ଆକର୍ଷଣୀୟ ଥିଲା। ଉପସ୍ଥିତ ଅନେକଙ୍କ ସହିତ କଥା ହୋଇ ମୁଁ ଆନନ୍ଦ ଉପଭୋଗ କଲି, ବିଶେଷକରି ରୁଷ ପ୍ରତିନିଧିମଣ୍ଡଳର ସହକର୍ମୀମାନଙ୍କ ସହିତ ।

ରାଜକୀୟ ଭୋଜିରେ ପୁଟିନ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରିବା ସମୟରେ ରାଷ୍ଟ୍ରପତି ମୁର୍ମୁ କହିଥିଲେ ଯେ ଭାରତ-ରୁଷ ରଣନୈତିକ ସହଭାଗୀର ୨୫ତମ ବାର୍ଷିକୀରେ ଏହି ଗସ୍ତ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହି ସହଭାଗୀର ମୂଳଦୁଆ ଅକ୍ଟୋବର ୨୦୦୦ ରେ ପୁଟିନଙ୍କ ପ୍ରଥମ ଭାରତ ଗସ୍ତ ସମୟରେ ସ୍ଥାପିତ ହୋଇଥିଲା। ରାଷ୍ଟ୍ରପତି ମୁର୍ମୁ ଭାରତ-ରୁଷ “ବିଶେଷ ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତା” ପ୍ରତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଏବଂ ବ୍ୟକ୍ତିଗତ ପ୍ରତିବଦ୍ଧତାକୁ ମଧ୍ୟ ପ୍ରଶଂସା କରିଛନ୍ତି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଉଭୟ ନେତା ଭରସା କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ବହୁ ବର୍ଷ ଧରି ରହିଥିବା ବନ୍ଧୁତା ଆଗାମୀ ବର୍ଷଗୁଡ଼ିକରେ ଆହୁରି ମଜବୁତ ହେବ।

Leave A Reply

Your email address will not be published.