Latest Odisha News

BREAKING NEWS

ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ ଜେଲ୍

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହେଉ କିମ୍ବା ଅନ୍ୟ କିଛି କାରଣ ପାଇଁ, ଅନେକ ସମୟରେ ଦେଖିବାକୁ ମିଳେ କି କ୍ଷତିପୂରଣ ଦାବି କରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ହୋଇଥାଏ। ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କରୁଛନ୍ତି ଲୋକେ। ରାସ୍ତା ବନ୍ଦ ହେବାରୁ ଲୋକଙ୍କୁ ଟ୍ରାଫିକ୍ ଯନ୍ତ୍ରଣା ଭୋଗିବାକୁ ପଡିଥାଏ। ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଗାଡ଼ି ମୋଟର ଅଟକି ରହିବା ଦ୍ୱାରା ନାହିଁ ନଥିବା ସମସ୍ୟା ଉପୁଜିଥାଏ। ଏହି ସବୁ ବନ୍ଦ କରିବା ପାଇଁ ରାଜସ୍ଥାନ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜସ୍ଥାନରେ ଏବେ ମୃତଦେହକୁ ରଖି ବିକ୍ଷୋଭ ପ୍ରଦର୍ଶନ, ରାଜନୀତି ଓ ବିନା କାରଣରେ ଅନ୍ତିମ ସଂସ୍କାରକୁ ବିଳମ୍ବ କରିବା ମହଙ୍ଗା ପଡିପାରେ। ରାଜ୍ୟରେ ଲାଗୁ ହୋଇଛି ‘ମୃତ ଶରୀର ସମ୍ମାନ ଆଇନ ‘ଲାଗୁ ହୋଇଛି ।

ରାଜସ୍ଥାନ ସରକାର ଏନେଇ କଡ଼ା ନିୟମ ଆଣିଛନ୍ତି। ମୃତଦେହ ଧରି ସଡ଼କ ଜାମ କଲେ ୫ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ। ରାଜସ୍ଥାନରେ ମୃତଦେହ ସମ୍ମାନ ଅଧିନିୟମ ଲାଗୁ ହୋଇଛି। ଏଣିକି ରାସ୍ତାରେ ଶବ ରଖି ପ୍ରତିବାଦ କରିବାକୁ ଆଇନଗତ ଅପରାଧ ଭାବେ ବିବେଚନା କରାଯିବ। ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ରାସ୍ତାରେ କିମ୍ବା କୌଣସି ସାର୍ବଜନୀନ ସ୍ଥାନରେ ମୃତଦେହ ରଖି ପ୍ରଦର୍ଶନ, ପ୍ରତିବାଦ କିମ୍ବା ଚାପ ସୃଷ୍ଟି କରିବା ଏବେ ଏକ ଫୌଜଦାରୀ ଅପରାଧ ଭାବରେ ବିବେଚନା କରାଯିବ। ଏପରି କ୍ଷେତ୍ରରେ, ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୬ ମାସରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ। ମୃତକଙ୍କ ପରିବାରର ସଦସ୍ୟଙ୍କ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଦଣ୍ଡ ବ୍ୟବସ୍ଥା ରହିଚି । ଏହା ବ୍ୟତୀତ ହସ୍ପିଟାଲଗୁଡ଼ିକ ଆଉ ବକେୟା ବିଲ୍ ଆଧାରରେ ମୃତଦେହକୁ ଅଟକାଇ ପାରିବେ ନାହିଁ, ଯାହା ମୃତକଙ୍କ ସମ୍ମାନକୁ ସୁରକ୍ଷିତ ରଖିବ ।

ରାଜ୍ୟରେ ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ, ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେବାର ୨୪ ଘଣ୍ଟା ମଧ୍ୟରେ ଅନ୍ତିମ ସଂସ୍କାର ବାଧ୍ୟତାମୂଳକ କରାଯାଇଛି । ଯଦି ମୃତ ଶରୀର ରଖି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଏ କିମ୍ବା ଅଜଥାରେ ଭିଡ଼ ସୃଷ୍ଟି କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ୫ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯିବ । ୨୦୨୩ ଜୁଲାଇ ୨୦ରେ ଅଶୋକ ଗେହଲଟ୍ ସରକାରଙ୍କ କାର୍ଯ୍ୟକାଳରେ ଏହି ଆଇନ୍ ପାରିତ ହୋଇଥିଲା ।

Leave A Reply

Your email address will not be published.