ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ବ୍ୟାନ ହେଲା ସୋସିଆଲ ମିଡିଆ। ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ୍ ମିଡିଆ ବ୍ୟାନ୍ ହୋଇଛି। ଆଜିଠୁ ନୂଆ ନିୟମ ଲାଗୁ ହୋଇଛି । ଫେସବୁକ୍, ଇନ୍ଷ୍ଟାଗ୍ରାମ୍, ୟୁଟ୍ୟୁବ୍ରେ ଆକାଉଣ୍ଟ ଥିଲେ ହଟାଇବାକୁ ପଡ଼ିବ ନଚେତ୍ କମ୍ପାନୀକୁ ୩୩ ମିଲିୟନ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଯିଏକି ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିଛି।
ଏହି ନୂଆ ଆଇନ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍। ଏହାକୁ ‘ପ୍ରାଇଡ୍ ଡେ’ କହିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ। ଇଣ୍ଟରନେଟ୍ ମିଡିଆ ଉପରେ ପ୍ରତିବନ୍ଧକ ପିଲାମାନଙ୍କୁ ସେମାନଙ୍କର ଶୈଶବ ସୁନିଶ୍ଚିତ କରିବ। ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଏହି ବଡ଼ ପଦକ୍ଷେପ ନିଆଯାଇଛି।
ମଙ୍ଗଳବାର ବିଳମ୍ବିତ ରାତିରେ ପିଲାମାନଙ୍କୁ ଟିକଟକ୍ , ଆଲଫାବେଟ୍ ଇନକର୍ପୋରେଟେଡ୍ର ୟୁଟ୍ୟୁବ୍, ମେଟାର ଇନଷ୍ଟାଗ୍ରାମ୍ ଏବଂ ଫେସବୁକ୍ ସମେତ ଅନେକ ପ୍ଲାଟଫର୍ମ ବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିଛି। ନୂଆ ଆଇନ୍ ଅନୁଯାୟୀ, ୧୦ଟି ବୃହତ୍ତମ ପ୍ଲାଟଫର୍ମ ଉପରେ ପିଲାମାନଙ୍କ ପାଇଁ କଟକଣା ଲାଗିଛି। ନିର୍ଦ୍ଦେଶ ଦିଆଯାଇଛି ଯେ ନିୟମ ନମାନିଲେ କମ୍ପାନୀକୁ ୩୩ ମିଲିୟ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ବାକ୍ ସ୍ୱାଧୀନତା ପ୍ରବକ୍ତାମାନେ ଏହି ଆଇନକୁ ସମାଲୋଚନା କରିଛନ୍ତି, କିନ୍ତୁ ପିତାମାତା ଏବଂ ଶିଶୁ ଅଧିକାର ପ୍ରବକ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି । ଅନଲାଇନରେ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ୟ ଅନେକ ଦେଶ ଗମ୍ଭୀରତାର ସହିତ ସମାନ ପଦକ୍ଷେପ ବିଷୟରେ ବିଚାର କରୁଛନ୍ତି ।