Latest Odisha News

BREAKING NEWS

Naxal surrender: ୪ନକ୍ସଲଙ୍କ ଆତ୍ମସମର୍ପଣ;ମୁଣ୍ଡରେ ଥିଲା ୨୩ ଲକ୍ଷ

ରାୟପୁର: ଛତିଶଗଡ଼ରେ  ଭୁଷୁଡୁଛି ନକ୍ସଲଙ୍କ ଗଡ । କ୍ରମାଗତ ଭାବେ ଆତ୍ମସମର୍ପଣ କରୁଛନ୍ତି ନକ୍ସଲ । ଆଜି ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଚାରି ଜଣ ନକ୍ସଲ କାଙ୍କେର ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ଉତ୍ତର ବସ୍ତର ଡିଭିଜନ, ଡିକେ ଟେକ୍ନିକାଲ୍ ଟିମ୍ ଏବଂ ଗଡଚିରୋଲି ଡିଭିଜନର ନକ୍ସଲ ରହିଛନ୍ତି ।

କାଙ୍କେର ଏସପି ଇନ୍ଦିରା କଲ୍ୟାଣ ଏଲିସେଲା କହିଛନ୍ତି ଯେ ମୁଖ୍ୟଧାରାକୁ ଫେରିଥିବା ପ୍ରମୁଖ ନକ୍ସଲ କ୍ୟାଡରମାନେ ଭାରତୀୟ ସମ୍ବିଧାନ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ସମ୍ମାନଜନକ ଏବଂ ସୁରକ୍ଷିତ ଜୀବନଯାପନ କରିବାକୁ ସଂକଳ୍ପ ନେଇଛନ୍ତି। ସମସ୍ତ ଚାରି ଜଣଙ୍କ ମୁଣ୍ଡରେ ୨୩ ଲକ୍ଷ ପୁରସ୍କାର ଥିଲା। ପୁନର୍ବାସ ପ୍ରକ୍ରିୟା ଅଧୀନରେ, ପ୍ରତ୍ୟେକ କ୍ୟାଡରକୁ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଆହୁରି ମଧ୍ୟ ସେ କହିଛନ୍ତି ଯେ,କାଙ୍କେର ଜଙ୍ଗଲରେ ଏବେ ବି ୨୦ ରୁ ୨୫ ନକ୍ସଲ ସକ୍ରିୟ ଅଛନ୍ତି। ଶୀଘ୍ର ଆତ୍ମସମର୍ପଣ କରିବାକୁ ନିବେଦନ କରୁଛି ।

Leave A Reply

Your email address will not be published.