Latest Odisha News

BREAKING NEWS

ଗୋଆ ଅଗ୍ନିକାଣ୍ଡ: ନାଇଟ୍ କ୍ଲବ୍ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ କୋର୍ଟ ଗୁରୁବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଗୋଆର ‘ବିର୍ଚ ବାଏ ରୋମିଓ ଲେନ୍’ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ମାଲିକ ଲୁଥ୍ରା ବ୍ରଦର୍ସଙ୍କ ଅଗ୍ରୀମ ଜାମିନ୍ ଆବେଦନକୁ ଖାରଜ କଲେ ଦିଲ୍ଲୀ କୋର୍ଟ। ମାଲିକ ସୌରଭ ଲୁଥ୍ରା ଏବଂ ଗୌରବ ଲୁଥ୍ରାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି କୋର୍ଟ। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଦୁଇ ଅଭିଯୁକ୍ତ କୌଣସି ସୁରକ୍ଷା ଅବଧି ପାଇଁ ହକଦାର ନୁହଁନ୍ତି। ଏହି ନିଷ୍ପତ୍ତି ଭାଇମାନଙ୍କ ତୁରନ୍ତ ଗିରଫଦାରୀର ସମ୍ଭାବନାକୁ ବୃଦ୍ଧି କରୁଛି।

ଘଟଣା ପରେ ଉଭୟ କ୍ଲବ୍ ମାଲିକ ଫୁକେଟ୍ (ଥାଇଲାଣ୍ଡ) ପଳାଇ ଯାଇଥିଲେ ଏବଂ ସେଠାରେ ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କୁ ଥାଇଲ୍ୟାଣ୍ଡରୁ ଭାରତ ଫେରାଇ ଆଣିବା ପ୍ରକ୍ରିୟା ଚାଲିଥିବା ବେଳେ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ। ସେମାନେ କୋର୍ଟଠାରୁ ଚାରି ସପ୍ତାହର ଅଗ୍ରୀମ ଜାମିନ୍ ମାଗିଥିଲେ ଯାହା ଦ୍ୱାରା ଦିଲ୍ଲୀ ପହଞ୍ଚିବା ପରେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ନାହିଁ। ତେବେ ଅତିରିକ୍ତ ସ୍ବତନ୍ତ୍ର ବିଚାରପତି ବନ୍ଦନା ଲୁଥରା ଭାଇଙ୍କୁ ଝଟକା ଦେଇ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଉଲ୍ଲେଖନୀୟ ଯେ, ଅଗ୍ନିକାଣ୍ଡରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ଗୋଆ ପୋଲିସ କହିଛି ଯେ ଅଭିଯୁକ୍ତମାନେ ଦାବି କରିଛନ୍ତି ଯେ ସେମାନଙ୍କର ବ୍ୟବସାୟ ସହିତ କୌଣସି ସମ୍ପର୍କ ନାହିଁ, କିନ୍ତୁ ସୌରଭ ଲୁଥ୍ରା FSSAI ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ସେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଲାଇସେନ୍ସ ପାଇଁ ମଧ୍ୟ ଆବେଦନ କରିଥିଲେ। ଜିଏସ୍ଟି ଲାଇସେନ୍ସରେ ପୁଣି ଗୌରବ ଲୁଥ୍ରା, ସୌରଭ ଲୁଥ୍ରା ଏବଂ ଅଜୟ ଗୁପ୍ତାଙ୍କୁ ଅଂଶୀଦାର ଭାବରେ ତାଲିକାଭୁକ୍ତ କରାଯାଇଛି। ଲାଇସେନ୍ସର ମିଆଦ ଶେଷ ହୋଇସାରିଛି ଏବଂ ନବୀକରଣ କରାଯାଇ ନାହିଁ।

ଦିଲ୍ଲୀରେ ରହୁଥିବା ନାଇଟ କ୍ଲବର ଦୁଇ ମାଲିକ ଦୁର୍ଘଟଣା ରାତିରେ ଗିରଫରୁ ବଞ୍ଚିବା ପାଇଁ ଥାଇଲାଣ୍ଡ ପଳାଇ ଯାଇଥିଲେ। ନାଇଟ୍ କ୍ଲବରେ ନିଆଁ ଲାଗିବାର ଘଟଣା ୬ ଡିସେମ୍ବର ରାତିରେ ହୋଇଥିଲା। କୋର୍ଟରେ ଶୁଣାଣି ବେଳେ ଆବେଦନକାରୀଙ୍କ ଓକିଲ ତର୍କ ଦେଇଥିଲେ ସେ ତୁରନ୍ତ ଫେରିବାକୁ ଓ ଯାଞ୍ଚର ସାମନା କରିବାକୁ ଦୁହେଁ ପ୍ରସ୍ତୁତ। ତାଙ୍କୁ ତୁରନ୍ତ ସଜା ଦିଆନଯାଉ। ତେବେ ଗୋଆ ସରକାରଙ୍କ ଓକିଲ ଆବେଦନକୁ ବିରୋଧ କରିଥିଲେ। ଆଇନଗତ ପକ୍ରିୟାଠାରୁ ବଞ୍ଚିବା ପାଇଁ ପଳାୟନ କରିଥିଲେ। ଆଇନ ସେହି ଲୋକଙ୍କୁ ସାହାଯ୍ୟ କରେନି ଯେଉଁମାନେ ସମନ୍ କିମ୍ବା ଓ୍ବାରେଣ୍ଟର ପାଳନକୁ ମନା କରନ୍ତି।

 

Leave A Reply

Your email address will not be published.