ନୂଆଦିଲ୍ଲୀ: ୭୫ ବର୍ଷରେ ବି କମିନି କ୍ରେଜ । ସାଉଥ ସୁପରଷ୍ଟାର ‘ଥଲାଇଭା’ ରଜନୀକାନ୍ତଙ୍କର ଆଜି ହେଉଛି ୭୫ତମ ଜନ୍ମଦିନ ଦିବସ। ଏହି ଅବସରରେ ସୁପରଷ୍ଟାରଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ପ୍ରଶଂସକ ଏବଂ ସେଲିବ୍ରିଟିମାନଙ୍କର ଭିଡ଼ ଜମିଛି । ସକାଳୁ ସକାଳୁ ଅଭିନେତାଙ୍କ ଘର ଆଗରେ ଜିମିଛି ଲୋକଙ୍କ ଭିଡ଼ । ପ୍ରଶଂସକମାନେ ସେମାନଙ୍କର ପ୍ରିୟ ତାରକାଙ୍କ ଜନ୍ମଦିନ ପାଳନ କରୁଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଏହି ଭିଡିଓଗୁଡ଼ିକ ମଧ୍ୟରୁ କିଛିରେ ପ୍ରଶଂସକମାନେ ନାଚୁଥିବାର ଦେଖାଯାଉଛି । ସାଉଥ ସୁପରଷ୍ଟାର ରଜନୀକାନ୍ତ ତାଙ୍କ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ଭେଟି ଦେଇଆସୁଛନ୍ତି । ସାରା ବିଶ୍ବରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି । ତାଙ୍କ କାହାଣୀ ଅନେକ ଲୋକଙ୍କୁ ପ୍ରେରିତ କରିଛି ।ରଜନୀକାନ୍ତଙ୍କ ଜନ୍ମ ୧୯୫୦ମସିହା ଡିସେମ୍ବର ୧୨ ରେ ବାଙ୍ଗାଲୋରରେ ହୋଇଥିଲା। ତାଙ୍କ ପିତା ରାମୋଜୀ ରାଓ ଗାଏକୱାଡ ଜଣେ ପୋଲିସ କନଷ୍ଟେବଳ ଥିଲେ ଏବଂ ତାଙ୍କ ମାଆ ଜଣେ ଗୃହିଣୀ ଥିଲେ। ଏହି ଅଭିନେତା ମରାଠା ହିନ୍ଦୁ ପରିବାରର ଏବଂ ହିନ୍ଦୁ ଧର୍ମ ପାଳନ କରନ୍ତି । ତାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନହେବା କାରଣରୁ ତାଙ୍କୁ ପିଲାଦିନକୁ କାମ କରିବାକୁ ପଡିଲା ।
ତେବେ ରଜନୀକାନ୍ତଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।ସାରା ଦେଶରେ ରଜନୀକାନ୍ତଙ୍କ ଫ୍ୟାନ୍ ଫଲୋଇଂ ଅଛି। ଚେନ୍ନାଇରେ ତାଙ୍କୁ ଫଟୋକୁ ପୂଜା କରାଯାଉଥିବାର ଦେଖାଯାଏ। ପ୍ରଶଂସକମାନେ କେବଳ ଅପେକ୍ଷା କରିଛନ୍ତି ଯେ ସେମାନେ କେବେ ସେମାନଙ୍କ ପ୍ରିୟ ସୁପରଷ୍ଟାରଙ୍କ ଝଲକ ପାଇବେ। ପ୍ରଶଂସକମାନେ ଘର ବାହାରେ ରଜନୀକାନ୍ତଙ୍କ ବ୍ୟାନର ଏବଂ ପୋଷ୍ଟର ଧରି ଠିଆ ହୋଇଛନ୍ତି।