Latest Odisha News

BREAKING NEWS

କେରଳ ପରେ ପଞ୍ଜାବରେ ପାରିତ ହେଲା ସିଏଏ ବିରୋଧୀ ବିଲ୍

ଚଣ୍ଡିଗଡ: କେରଳ ପରେ ପଞ୍ଜାବରେ ନାଗରିକତା ସଂଶୋଧନ ଆଇନକୁ ଉଚ୍ଛେଦ କରିବା ପାଇଁ ସଂକଳ୍ପ ପାସ୍ ହୋଇଛି । ପଂଜାବ ବିଧାନସଭାରେ ସର୍ବସମ୍ମତି କ୍ରମେ ଏହି ସଂକଳ୍ପକୁ ପାରିତ ହୋଇଛି । ଏହାପୂର୍ବରୁ କେରଳ ବିଧାନସଭାରେ ମଧ୍ୟ ସିଏଏକୁ ଉଚ୍ଛେଦ କରିବା ପାଇଁ ବିଲ୍ ପାସ୍ ହୋଇଥିଲା । ପଂଜାବ ବିଧାନସଭାରେ କଂଗ୍ରେସର ସଂଖ୍ୟା ଗରିଷ୍ଠତା ଥିବାରୁ ଏହି ବିଲ୍ ଅତି ସହଜରେ ପାସ୍ ହୋଇଛି ।

ଗୁରୁବାର ଦୁଇ ଦିନ ପାଇଁ ପଂଜାବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ତେବେ ଆଜି ଦ୍ୱିତୀୟ ଦିନରେ ମନ୍ତ୍ରୀ ବ୍ରାହମ ମହିନ୍ଦ୍ରା ନାଗରିକତା ସଂଶୋଧନ ଆଇନକୁ ଉଚ୍ଛେଦ କରିବା ପାଇଁ ଏକ ସଂକଳ୍ପ ଆଗତ କରିଥିଲେ ।

ସେ କହିଥିଲେ ଯେ, ସଂସଦରେ ସିଏଏ ପାସ୍ ହେବା ପରେ ଏହାକୁ ନେଇ ସମଗ୍ର ଦେଶରେ ବିକ୍ଷୋଭ ଜାରି ରହିଛି । ଏହି ଆଇନ ବିରୋଧରେ ପଂଜାବରେ ମଧ୍ୟ ଆନ୍ଦୋଳନ ହୋଇଛି । ଏହାଦ୍ୱାରା ସାମାଜିକ ଅସ୍ଥିରତା ସୃଷ୍ଟି ହେଉଛି ବୋଲି ମନ୍ତ୍ରୀ ବ୍ରାହମ କହିଥିଲେ ।

Comments are closed.