Latest Odisha News

BREAKING NEWS

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ତାଲିକା ପ୍ରକାଶ

ଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରର୍ଥୀ ତାଲିକା ପ୍ରକାଶ ପାଇଛି । ୭୦ଟି ସିଟ୍ ବିଶିଷ୍ଟ ଦଲ୍ଲୀ ବିଧାନସଭା ନିର୍ବାଚନ ଲାଗି ବିଜେପି ତାର ପ୍ରାର୍ଥୀ ତାଲିକାରେ ୫୭ ଜଣିଆ ପ୍ରର୍ଥୀଙ୍କ ନାଁ ଘୋଷଣା କରିଛି । ଏଥିରେ ୧୧ ଜଣ ପ୍ରାର୍ଥୀ ଅନୁସୂଚିତ ଜାତିର ରହିଥିବା ବେଳେ ୪ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି ।

ଅନ୍ୟପଟେ ଏହି ପ୍ରାର୍ଥୀ ତାଳିକାରେ ବିଜେନ୍ଦ୍ର ଗୁପ୍ତା ଓ କପିଲ ମିଶ୍ରା ଭଳି ପ୍ରମୁଖ ନାମା ସାମିଲ ରହିଛି ।

ନେତା ପ୍ରତିପକ୍ଷ ରହିଥିବା ବିଜେନ୍ଦ୍ର ଗୁପ୍ତା ରୋହିଣିରୁ ନିର୍ବାଚନ ଲଢ଼ିବେ । ସେହିପରି ଆମ ଆଦମୀ ପାର୍ଟିରୁ ବିଦ୍ରୋହ କରି ବିଜେପିରେ ସାମିଲ ହୋଇଥିବା କପିଲ ମିଶ୍ରା ମଡେଲ ଟାଉନରୁ ନିର୍ବାଚନ ଲଢ଼ିବେ ବୋଲି ବିଜେପି ରାଜ୍ୟ ସଭାପତି ମନୋଜ ତିୱାରୀ ଘୋଷଣା କରିଛନ୍ତି । ତେବେ ଦିଲ୍ଲୀ ଆସନରୁ କିଏ ଲଢ଼ିବ ସେ ନେଇ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ ।

ପୂର୍ବରୁ ଆମ ଆଦମୀ ପାର୍ଟି ଦିଲ୍ଲୀର ସମସ୍ତ ୭୦ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଫେବୃଆରୀ ୮ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ । ୧୧ରେ ଫଳାଫଳ ଘୋଷଣା ହେବ । ରାଜଧାନୀରେ ଆପ୍‌, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀ ମୁକାବିଲା ହେବ ।

Leave A Reply

Your email address will not be published.