Latest Odisha News

BREAKING NEWS

ଆସନ୍ତା ସପ୍ତାହ ନିଲାମ ହୋଇପାରେ ସୁକିନ୍ଦା ଖଣି

ଭୁବନେଶ୍ୱର: ରାଜ୍ୟ ସରକାର ସୁକିନ୍ଦା କ୍ରୋମାଇଟ୍ ଖଣି ଓ ଅନ୍ୟଏକ କାର୍ଯ୍ୟରତ ଲୁହା ଖାଦାନକୁ ମଧ୍ୟ ନିଲାମ କରିବାର ସମ୍ଭାବନା ରହିଛି । ଯାହା ରାଜ୍ୟ ଅଧିନରେ ଥିବା ଓଡିଶା ଖଣିଜ ଅନ୍ୱେଷଣ ନିଗମ ଲିମିଟେଡ ଲାଗି ସଂରକ୍ଷିତ କରାଯାଇଥିଲା ।

ଅଧିକାରୀଙ୍କ ସୂଚନାନୁଯାୟୀ, ଖଣିକୁ ଖୁବଶୀଘ୍ର ନିଲାମ କରାଯାଇପାରେ ଏବଂ ଆଗାମୀ ସପ୍ତାହରେ ଏନେଇ ବ୍ଲକ୍ ପକ୍ଷରୁ ବିଜ୍ଞାପନ ଜାରି କରାଯିବ ।

ଓଡିଶାର ଖଣିଗୁଡିକୁ ନେଇ ନିକଟରେ କେନ୍ଦ୍ର ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି ହୋଇଥିଲା । ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟ ସରକାର ଖଣି ଆବଣ୍ଟନ କରିବେ ।

“କେନ୍ଦ୍ର ପକ୍ଷରୁ ଏସମ୍ପର୍କିତ ଯେଉଁ ନି୍େ‌ପତ୍ତି ଗ୍ରହଣ କରାଯାଇଛି, ତାହା ଠିକ୍ ଏବଂ ସଠିକ ଭାବେ ଖଣି ଆଣ୍ଟନକୁ ଦୃଷ୍ଟିରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି” ବୋଲି ଜନୈକ ଅଧିକାରୀ କହିଥିବା ନେଇ ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶିତ ହୋଇଛି ।

ଓଡିଶାରେ ଅଧିକ ମାତ୍ରାରେ ଲୁହା ଓ ଦୁଲର୍ଭ କ୍ରୋମାଇଟ ଖଣିର ସଂଖ୍ୟା ପୁରୁଣା ବ୍ୟବସାୟକ ଖଣି ଠାରୁ ଅଧିକ ରହିଛି । ଯାହା ୨୦୨୦ ମସିହା ମାର୍ଚ୍ଚ ମାସ ୩୧ ତାରିଖରେ ସମାପ୍ତ ହେବାକୁ ଯାଉଛି ।

ଏହି ନୂତନ ଖଣି ଆବଣ୍ଟନକୁ ନେଇ କେନ୍ଦ୍ର ପକ୍ଷରୁ ହୋଇଥିବା ନିଷ୍ପତ୍ତି ଏବଂ ନିଲାମ ଖଣି ପଦ୍ଧତି ଦେଶର ସମସ୍ତ ଖଣି ମାଲିକଙ୍କୁ ଓ ସୁହାଇବ । ଏହାବ୍ୟତିତ ମଧ୍ୟ ରାଜ୍ୟସରକାର ପୂର୍ବାପେକ୍ଷା ଅଧିକ ପ୍ରତିଶତ ହାସଲ କରି ପାରିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.