Latest Odisha News

BREAKING NEWS

ଆଶେସ ସିିରିଜ: ଆଲେକ୍ସଙ୍କ ଶତକ, ଅଷ୍ଟ୍ରେଲିଆ ୩୨୬/୮

ଆଡିଲେଡ ଓଭାଲ: ଚଳିତ ଆଶେସ ସିରିଜର ତୃତୀୟ ଟେଷ୍ଟ ଆଡିଲେଡ ଓଭାଲରେ ଆରମ୍ଭ ହୋଇଛି । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୮ ୱିକେଟ ବିନିମୟରେ ୩୨୬ ରନ ସଂଗ୍ରହ କରିଛି । ପ୍ରଥମ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ମିଚେଲ ଷ୍ଟାର୍କ ୩୩ ଓ ନାଥାନ ଲାୟନ ଖାତା ଖୋଲି ନ ପାରି ଅପରାଜିତ ରହିଛନ୍ତି । ଆଲେକ୍ସ କ୍ୟାରୀ(୧୦୬)ଙ୍କ ଆକର୍ଷଣୀୟ ଶତକ ଓ ଉସମାନ ଖ୍ୱାଜା(୮୨)ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଭଲ ସ୍କୋର କରିବାରେ ସଫଳ ହୋଇଛି ।

ଆଇପିଏଲର ଦାମୀ ବିଦେଶୀ ଖେଳାଳି କ୍ୟାମେରୁନ ଗ୍ରୀନ ଶୂନ ରନ କରି ପ୍ୟାଭିଲିୟନ ଫେରି ଯାଇଛନ୍ତି । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚ୍ଚର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ବ୍ରେଣ୍ଡନ କୋର୍ସ ୨ଟି ୱିକେଟ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୱିଲ ଜ୍ୟାକ୍ସ ୨ଟି ଓ ଜୋଶ ଟଙ୍ଗ ଗୋଟିଏ ୱିକେଟ ନେଇଛନ୍ତି । ଟସ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହିଛି । ସିରିଜରେ ତିଷ୍ଠି ରହିବା ପାଇଁ ଇଂଲଣ୍ଡକୁ ବିଜୟ ଆବଶ୍ୟକ ହୋଇପଡିଛି ।

Leave A Reply

Your email address will not be published.