ଭୋପାଳ: ବନ୍ଧୁକ ଚାଳନା କରିବାକୁ ପିଲା ଦିନରୁ ଇଛା ଥିଲା । ହେଲେ ସେହି ସ୍ୱପ୍ନ ପୂରଣ ହୋଇପାରିଲା ନାହିଁ । ପ୍ରତି ପିଲାଙ୍କ ପରି ସେ ମଧ୍ୟ ଯୌବନ ଅବସ୍ଥାରେ ବିବାହ କଲେ । ଏହା ପରେ ଝିଅ ହେଲା । ଝିଅ ବଡ ହେବା ପରେ ତାଙ୍କୁ ସୁଟିଂ ଏକାଡେମିରେ ଭର୍ତ୍ତି କରିବାକୁ ମନସ୍ଥ କଲେ । ହେଲେ ବୟସ ନଥିବାରୁ ଏକାଡେମୀ ତାଙ୍କୁ ଆଉ ଗ୍ରହଣ କଲା ନାହିଁ । ଝିଅକୁ ଏକାଡେମୀ ଗ୍ରହଣ ନକରିବାରୁ ନିଜେ ସ୍ୱାମୀଙ୍କଠାରୁ ଅନୁମତି ନେଇ ଅଭ୍ୟାସ କରିବା ଆରମ୍ଭ କଲେ । ମାତ୍ର ୩ ବର୍ଷ ମଧ୍ୟରେ ସେ ଜଣେ ପ୍ରଫେସନାଲ ସୁଟର ହୋଇଗଲେ ।
ବର୍ତ୍ତମାନ ଭାରତୀୟ ଦଳ ଗ୍ରୁପ ବି ରେ ଚୟନ କରାଯାଇଛି । ଇତିହାସ ସୃଷ୍ଟିକାରୀ ମହିଳା ଜାତୀୟ ଦଳରେ ସ୍ଥାନ ପାଇବାରୁ ସମସ୍ତେ ବେସ ଆନନ୍ଦିତ ହୋଇଛନ୍ତି । ମଧ୍ୟପ୍ରଦେଶ ସାଗର ଜିଲ୍ଲାର ୩୬ ବର୍ଷିୟା ମହିଳା ପ୍ରତିଭା ସିଂ ନିଜ ଇଛା ଶକ୍ତି ବଳରେ ସେ ନିଜକୁ ପ୍ରମାଣିତ କରିପାରିଛନ୍ତି । ପ୍ରତିଭାଙ୍କର ୨ଟି ପିଲା ମଧ୍ୟ ଅଛନ୍ତି । ହେଲେ ପିଲା ଦିନର ନିଶା ସୁଟିଂ ପାଇଥିଲା । ଆଉ ସେହି ଇଛାକୁ ସେ ବିବାହ କଲା ପରେ ମଧ୍ୟ ପୂରଣ କରିପାରିଛନ୍ତି । ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ପିସ୍ତଲ ସୁଟିଂ ଚାମ୍ପିୟନସିପରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ସହିତ ଭାରତୀୟ ଜଳ ଗ୍ରୁପ ବି ରେ ସେ ସ୍ଥାନ ପାଇଛନ୍ତି । ୩ ବର୍ଷ ହେଲା ପ୍ରତି ଦିନ ସେ ପରିଶ୍ରମ କରନ୍ତି । ପରିବାର କଥା ବୁଝିବା ସହ ନିଜ କ୍ୟାରିୟର ଉପରେ ଫୋକସ କରନ୍ତି ।
ତାଙ୍କ କହିବାନୁସାରେ ଯଦି ଜଣେ ମଣିଷ ନିରନ୍ତର ପ୍ରଚେଷ୍ଟା ଜାରି ରଖେ ତେବେ ତାକୁ ସଫଳତା ନିଶ୍ଚୟ ମିଳିବ । ସେ ସବୁବେଳେ ନିଜର କାମ କୁ ଧ୍ୟାନ ସହକାରେ କରନ୍ତି । କେମିତି ସୁଟ କଲେ ସଠିକ ଲକ୍ଷ୍ୟ ମିଳିବ ସେଥିପ୍ରତି ବହୁତ ଯତ୍ନବାନ ହୁଅନ୍ତି । ଅନ୍ୟ ସୁଟର ମାନଙ୍କ ଜୀବନଶୈଳୀ ଓ ତାଙ୍କର ଜୀବନଶୈଳୀକୁ ମଧ୍ୟ ସେ ପ୍ରାଧାନ୍ୟ ଦିଅନ୍ତି । ସୁଟର ହେବାକୁ ହେଲେ କଣ ନିହାତି କରିବା ଦରକାର ତା ଉପରେ ବହୁତ ଫୋକସ କରୁଥିଲେ । ତେବେ ପ୍ରତିଭାଙ୍କର ଏଭଳି ପ୍ରଚେଷ୍ଟା ଓ ସକସେସକୁ ସମସ୍ତେ ସାବାସି ଦେଇଛନ୍ତି । ପ୍ରତିଭା ଅନ୍ୟ ନାରୀମାନଙ୍କ ପାଇଁ ଏକ ପ୍ରେରଣା ବୋଲି କୁହାଯାଇଛି । ସେ ଦେଶ ପାଇଁ ଅନେକ କୃତିତ୍ୱ ଆଣନ୍ତୁ ବୋଲି ସମସ୍ତେ ଚାହିଁଛନ୍ତି ।