ଢାକା: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ହତ୍ୟା । ପ୍ରଥମେ ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ଗଛରେ ବାନ୍ଧି ଜାଳିଦେଲେ ଦଙ୍ଗାକାରୀ । ମୈମନସିଂ ଜିଲ୍ଲାରେ ଏକ ଧାର୍ମିକ ବ୍ୟକ୍ତିଙ୍କୁ ନିନ୍ଦା ଅଭିଯୋଗରେ ଜଣେ ହିନ୍ଦୁ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ଦଙ୍ଗାକାରୀ ।
ସୂଚନା ମୁତାବକ, ବାଂଲାଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହିଂସାତ୍ମକ ପ୍ରତିବାଦର ନେତୃତ୍ୱ ନେଇଥିବା ଛାତ୍ରନେତା ଉସମାନ ହାଦିଙ୍କ ଗୁରୁବାର ମୃତ୍ୟୁ ପରେ ବାଂଲାଦେଶରେ ଉତ୍ତେଜନା ବୃଦ୍ଧି ପାଇଛି । ଦଙ୍ଗାକାରୀମାନେ ପୁଣି ଜଳାପୋଡ଼ା କରିବା ଆରମ୍ଭ କରିଛନ୍ତି । ୩୦ ବର୍ଷୀୟ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ଗଛରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ ।
ସପେଟେ, ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବାଂଲା ଅନ୍ତରୀଣ ସରକାର ମହମ୍ମଦ ୟୁନୁଶ । ଘଟଣାକୁ ନିନ୍ଦା କରିବା ସହିତ ଏପରି ହିଂସାର କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ମୈମନସିଂରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାର ନିନ୍ଦା କରୁଛୁ । ଏହି ନୃଶଂସ ଅପରାଧରେ ସମ୍ପୃକ୍ତ କାହାକୁ ଛଡା ଯିବ ନାହିଁ ବୋଲି ଏକ ବିବୃତ୍ତିରେ କୁହାଯାଇଛି ।