Latest Odisha News

BREAKING NEWS

ଚିଲିକା ମୁହାଣରେ ବୁଡ଼ିଗଲେ ପର୍ଯ୍ୟଟକ

ବ୍ରହ୍ମଗିରି: ଚିଲିକା ମୁହାଣ ମୁହଁରେ ଗାଧୋଉଥିବା ସମୟରେ ଭାସିଗଲେ ପର୍ଯ୍ୟଟକ। ପର୍ଯ୍ୟଟକ ଜଣକ ସାତପଡ଼ା ବୁଲିବାକୁ ଯାଇଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ପର୍ଯ୍ୟଟକ ଜଣକ ହେଲେ ଝାଡଖଣ୍ଡର କୁଶଗ୍ର ଦିବ୍ୟ। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ବାଘମୁଣ୍ଡା କୂଳରୁ ମୃତଦେହ ଉଦ୍ଧାର କରିଛି ।

ଖବର ଅନୁଯାୟୀ ଆଜି ଭୁବନେଶ୍ୱରର ଏକ ଘରୋଇ କମ୍ପାନୀର ୧୫ ଜଣ କର୍ମଚାରୀ ଚିଲିକା ବୁଲିବାକୁ ଆସିଥିଲେ । ସେମାନେ ସମସ୍ତେ ବାଘମୁଣ୍ଡା ଜେଟିରୁ ୨ଟି ଡ଼ଙ୍ଗାରେ ଚିଲିକା-ସମୁଦ୍ର ମିଳନ ସ୍ଥଳ ନୂଆ ମୁହାଣ ବୁଲିବାକୁ ଯାଇଥିଲେ । ସେଠାରେ ମୁହାଣରେ ଗାଧୋଇଵାବେଳେ ପର୍ଯ୍ୟଟକ ଜଣକ ଭାସି ଯାଇଥିଲେ ।

 

Leave A Reply

Your email address will not be published.