ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ପକ୍ଷରୁ ମହିଳା ର୍ୟାଙ୍କିଙ୍ଗ ଜାରୀ କରାଯାଇଛି । ଭାରତର ଷ୍ଟାର ଅଲରାଉଣ୍ଡର ଦୀପ୍ତି ଶର୍ମା ଟି୨୦ ବୋଲିଂ ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । କ୍ୟାରିୟରରେ ପ୍ରଥମ ଥର ପାଇଁ ସେ ଏହି ସଫଳତା ହାତେଇଛନ୍ତି । ଅଷ୍ଟ୍ରେଲିଆର ଏନାବେଲ ସଦରଲାଣ୍ଡଙ୍କୁ ସେ ପଛରେ ପକାଇ ଦେଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଭଲ ପ୍ରଦର୍ଶନ କରିବା ଯୋଗୁ ଦୀପ୍ତି ଫାଇଦାରେ ରହିଥିଲେ ।
ତେବେ ସ୍ମୃତି ମାନ୍ଧନା ଦିିନିକିଆ ବ୍ୟାଟ୍ସମ୍ୟାନ ର୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି । ଦକ୍ଷିଣ ଆଫ୍ରିକାର ଲୌରା ୱଲଭୋର୍ଟ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଟି୨୦ ର୍ୟାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଜେମିମା ରୋଡ୍ରିଗ୍ୟୁଜ ୫ଟି ସ୍ଥାନ ଉନ୍ନୀତ ହୋଇ ୯ମ ସ୍ଥାନରେ ରହିଛନ୍ତି । ଶେଫାଳୀ ବର୍ମା ୧୦ମ ସ୍ଥାନରେ ରହିଥିବା ବେଳେ ବୋଲରଙ୍କ ମଧ୍ୟରେ ଅରୁନ୍ଧତି ରେଡ୍ଡୀ ୫ଟି ସ୍ଥାନ ଉନ୍ନୀତ ହୋଇ ୩୬ତମ ପୋଜିଶନରେ ରହିଛନ୍ତି ।