Latest Odisha News

BREAKING NEWS

Maoists Surrender: ବିପୁଳ ଅସ୍ତ୍ରସସ୍ତ୍ର ସହ ଆତ୍ମସମର୍ପଣ କଲେ ୨୨ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୨୨ ଜଣ ମାଓବାଦୀ ପୋଲିସ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାର ମାଓବାଦୀଙ୍କ ଉପରେ ପୁରସ୍କାର ବୃଦ୍ଧି କରିବା ପରେ ଏହି ଆତ୍ମସମର୍ପଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଥିବା କୁହାଯାଉଛି । ଓଡ଼ିଶା ମାଓବାଦୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି ଏବଂ ପଡ଼ୋଶୀ ଛତିଶଗଡ଼ ତୁଳନାରେ ୧୦% ଅଧିକ ପୁରସ୍କାର ପ୍ରଦାନ କରାଯାଇଛି ।

ଆତ୍ମସମର୍ପଣ କରିଥିବା କ୍ୟାଡରମାନଙ୍କ ମଧ୍ୟରେ ACM ଏବଂ DCM ଭଳି ବରିଷ୍ଠ ପଦବୀ ଅନ୍ତର୍ଭୁକ୍ତ, ପ୍ରତ୍ୟେକଙ୍କ ଉପରେ ସାଢେ ୫ ଲକ୍ଷ ଟଙ୍କାରୁ ୨୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରହିଛି । ମାଓବାଦୀମାନେ ପୋଲିସ ନିକଟରେ ୧୪ଟି ଲ୍ୟାଣ୍ଡମାଇନ୍ ସହିତ ଗୋଟିଏ AK-47, SLR ବନ୍ଧୁକ ଏବଂ ୨ଟି INSAS ରାଇଫଲ୍ ସହିତ, ୩୦୩ ରାଇଫଲ ୩ଟି,ଦୁଇଟି ସିଙ୍ଗଲ ସଟ୍ ରାଇଫଲ ହସ୍ତାନ୍ତର କରିଥିବା ବେଳେ ୯ଟି ମେଗାଜିନ,୧୫୦ଟି ଜୀବନ୍ତ ଗୁଳି,୨୦ କିଲୋ ବିସ୍ଫୋରକ,୧୩ଟି ଉନ୍ନତ ବିସ୍ଫୋରକ,ଜିଲେଟିନ ଷ୍ଟିକ,କୋଡେକ୍ସ ତାର ଓ ମାଓବାଦୀ ପୁସ୍ତକ ସହ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।

ଏମାନଙ୍କ ମଧ୍ୟରେ ଜଣେ ଡିଭିଜନାଲ କମିଟି ମେମ୍ବର ରହିଥିବା ବେଳେ ୬ ଜଣ ଏରିଆ କମିଟି ମେମ୍ବର ଏବଂ ବଳକା ୧୫ ଜଣ ପାର୍ଟି ମେମ୍ବର ବୋଲି କୁହାଯାଇଛି ।

ପୋଲିସ ଡିଜି ୱାଇ ବି ଖୁରାନିଆଙ୍କ ସମ୍ମୁଖରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଏହି ସମୟରେ ପୋଲିସ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ ।

<iframe width=”560″ height=”315″ src=”https://www.youtube.com/embed/aLMaSUF9VuY?si=aZollW02cX0BOKN9″ title=”YouTube video player” frameborder=”0″ allow=”accelerometer; autoplay; clipboard-write; encrypted-media; gyroscope; picture-in-picture; web-share” referrerpolicy=”strict-origin-when-cross-origin” allowfullscreen></iframe> 

Leave A Reply

Your email address will not be published.