Latest Odisha News

BREAKING NEWS

ଜାନୁଆରୀ ୮ରୁ ଭିତରକନିକାରେ କୁମ୍ଭୀର ଗଣନା, ୩ ଦିନ ବନ୍ଦ ରହିବ ଜାତୀୟ ଉଦ୍ୟାନ

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ତିନି ଦିନ ପାଇଁ କେନ୍ଦ୍ରାପଡା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।

ଏନେଇ ବିଭାଗୀୟ ବନ ଅଧିକାରୀ (ଡିଏଫଓ) ବରଦରାଜ ଗାଁକର କହିଛନ୍ତି। କାରଣ ଏହି ସମୟରେ ଲୁଣାପାଣି କୁମ୍ଭୀର ଗଣନା କରାଯିବା ନେଇ ସୂଚନା ମିଳିଛି। ପ୍ରଶିକ୍ଷିତ ସ୍ଥାନୀୟ ବନ କର୍ମଚାରୀ ଏବଂ ପ୍ରସିଦ୍ଧ ହରିଣ ବିଶେଷଜ୍ଞ ସୁଧାକର କରଙ୍କ ସମେତ ବିଶେଷଜ୍ଞଙ୍କ ମିଳିତ ଉଦ୍ୟମ ଦ୍ଵାରା ଭିତରକନିକାର ନଦୀ ପ୍ରଣାଳୀ, ଜଳ ପ୍ରବେଶ ଏବଂ ନାଳର ସର୍ଭେ କରାଯିବା ନେଇ ସେ କହିଛନ୍ତି। ଚଳିତ ବର୍ଷ ଅତି କମରେ ୨୨ଟି ଦଳ ଏଥିରେ ଅଂଶଗ୍ରହଣ କରିବେ। ଥର୍ମୋମିଟର ବ୍ୟବହାର କରି ଜଳ ତାପମାତ୍ରା ମଧ୍ୟ ମାପିବା ନେଇ କୁହାଯାଇଛି। ତେବେ ସଠିକ୍ ସ୍ଥାନ ଟ୍ରାକିଂ ପାଇଁ GPS ର ବ୍ୟବହାର କରାଯିବ ଓ ଚିତ୍ର କଏଦ କରିବା ପାଇଁ ଡିଜିଟାଲ୍ କ୍ୟାମେରା ବ୍ୟବହାର କରାଯିବ। ଯାହାଦ୍ବାରା କୁମ୍ଭୀରର ଲମ୍ବ ଏବଂ ବୟସ ଆକଳନ ସହଜରେ କରାଯାଇପାରିବ। ଏଥିସହିତ ରାତି ସମୟରେ ସଠିକ୍ ସର୍ଭେ ପାଇଁ ବିନା ଶବ୍ଦ ବିଶିଷ୍ଟ ଡଙ୍ଗା ବ୍ୟବହାର କରାଯିବ। କାରଣ ଏହା ଆଖି ଚମକ ଚିହ୍ନଟ ମାଧ୍ୟମରେ ଛୁଆ ଏବଂ ବର୍ଷକୀୟା ଛୁଆମାନଙ୍କୁ ସହଜରେ ଚିହ୍ନଟ କରିପାରିବ।

ତେବେ ଶେଷ ଥର ହୋଇଥିବା ସର୍ଭେରେ ଭିତରକନିକାରେ ଲୁଣାପାଣି କୁମ୍ଭୀରଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇଥିବା ନେଇ ଜଣାପଡିଥିଲା। ୨୦୨୪ ମସିହାରେ ଲୁଣିପାଣି କୁମ୍ଭୀରଙ୍କ ସଂଖ୍ୟା ୧୮୧୧ ଥିବା ବେଳେ ଏହି ସଂଖ୍ୟା ଜାନୁଆରୀ ୨୦୨୫ରେ ମୋଟ ୧୮୨୬ ରେ ପହଞ୍ଚିଥିଲା।

 

Leave A Reply

Your email address will not be published.