Latest Odisha News

BREAKING NEWS

ଶ୍ରୀମନ୍ଦିର ଖୁବଶୀଘ୍ର ହେବ ଗଣତି ମଣତି, ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାରେ ଶୁଣାଣି କରି ହାଇକୋର୍ଟରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଏକ ସତ୍ୟପାଠ ଦାଖଲ ହୋଇଛି । ରତ୍ନଭଣ୍ଡାରର ଆବଶ୍ୟକୀୟ ମରାମତି କାର୍ଯ୍ୟ ସଫଳତାର ସହ ଶେଷ ହୋଇଥିବା ଏଏସଆଇ ସତ୍ୟପାଠରେ ଉଲ୍ଲେଖ କରିଛି ।

ମରାମତି ପରେ ରତ୍ନଭଣ୍ଡାରକୁ ଶ୍ରୀମନ୍ଦିର ପ୍ରଶାସନକୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରାଯାଇଛି । ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହେଉଛି, ଏହି ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି କୋର୍ଟଙ୍କୁ ଅବଗତ କରିଛନ୍ତି ଆଡ଼ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକରେ ଗଣତି ମଣତି ନେଇ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କରାଯିବ ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଥିଲେ ।

Leave A Reply

Your email address will not be published.