Latest Odisha News

BREAKING NEWS

ବିନା କୌଣସି ପଞ୍ଜୀକରଣରେ ଚାଲିଥିଲା ଡାଇଗ୍ନୋଷ୍ଟିକ୍ ସେଣ୍ଟର,ସ୍ୱତନ୍ତ୍ର ଟିମର ଚଢାଉ

କଟକ: କଟକ ମଙ୍ଗଳାବାଗର କାଠଗୋଲା ଅଞ୍ଚଳରେ ଥିବା ବିଏସଆର ଡାଇଗ୍ନୋଷ୍ଟିକ୍ ସେଣ୍ଟର ଉପରେ ରାଜ୍ୟ ଓ କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ । ବିନା କାଗଜପତ୍ରରେ ଦୀର୍ଘଦିନ ହେବ ଚାଲି ଆସୁଥିବା ଅଭିଯୋଗ । ବେଆଇନ ଭାବେ ଅଲଟ୍ରାସାଉଣ୍ଡ କରାଯାଉଥିବା ଅଭିଯୋଗ ପରେ ରେଡ୍ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ପେଶାଲ ସ୍କ୍ବାଡ୍ ଓ ଜିଲ୍ଲା ପ୍ରଶାସନର ଏକ ଟିମ୍ ।

ତେବେ ଯାଞ୍ଚ ବେଳେ ବିନା ପଞ୍ଜୀକରଣ ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଜାଣିବାକୁ ପାଇଛି ସ୍ଵାସ୍ଥ୍ୟ ବିଭାଗ । କମ୍ପ୍ୟୁଟର ହାର୍ଡ ଡିସ୍କ, ରେଜିଷ୍ଟ୍ରର ସବୁକୁ ଜବତ କରାଯାଇଛି । ଏହାକୁ ସିଲ୍ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଚିନ୍ତାମଣି ମିଶ୍ର ।

ଏହାସହ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ । ଆଗକୁ ମଧ୍ୟ ଏହାର ଯାଞ୍ଚ ଜାରି ରହିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.