Latest Odisha News

BREAKING NEWS

Maoist: ପୋଲିସ-ଲାଲବାହୀନି ମୁହାଁମୁହିଁ, ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ୨ ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଗୁମ୍ମା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ପୋଲିସ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଘଟି ଏଥିରେ ଗୁଳିରେ ଦୁଇ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେମାନଙ୍କ ନିକଟରୁ ଗୋଟିଏ ରିଭଲଭର, ଗୋଟିଏ ୩୦୩ ରାଇଫଲ ଏବଂ ଗୋଟିଏ ୱାକି-ଟକି ସେଟ୍ ସହିତ ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଉଦ୍ଧାର ହୋଇଛି ।

ନିହତ ଉଭୟ ମାଓବାଦୀ ହେଲେ ଜଣେ ଛତିଶଗଡ଼ ସୁକମା ଜିଲ୍ଲାର ଏରିଆ କମିଟି ସଦସ୍ୟ ବରୀ ଓରଫ୍ ରାକେଶ ଓ ଅନ୍ୟ ଜଣେ ଛତିଶଗଡ଼ର ବିଜାପୁର ଜିଲ୍ଲାର ପାର୍ଟି ସଦସ୍ୟ ଅମୃତ । ଏକାଧିକ ମାଓ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଉଭୟଙ୍କ ମୁଣ୍ଡ ଉପରେ ରାଜ୍ୟ ସରକାର ଓ କେନ୍ଦ୍ରୀୟ ଏଜେନ୍ସି ପକ୍ଷରୁ ୨୩.୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ତେବେ ଏହି ଗୁଳିବିନିମୟରେ ସୁରକ୍ଷାବାହିନୀ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛନ୍ତି । ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.