Latest Odisha News

BREAKING NEWS

ରଜନୀକାନ୍ତ ଫିଲ୍ମରେ ହେବ ଶାହାରୁଖଙ୍କ ଏଂଟ୍ରି

ମୁମ୍ବାଇ: ରଜନୀକାନ୍ତଙ୍କ ଫିଲ୍ମରେ ଶାହାରୁଖ ଖାଁ ଅଭିନୟ କରିବାକୁ ଯାଉଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଛି । ରିପୋର୍ଟ ମୁତାବକ ଲୋକେଶ କନଗରାଜ ସୁପରଷ୍ଟାର ରଜନୀକାନ୍ତଙ୍କୁ ନେଇ ଜେଲର ୨ ଫିଲ୍ମ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଶାହାରୁଖଙ୍କୁ ଖଳନାୟକ ଭାବେ ଦେଖିବାକୁ ମିଳିପାରେ । ୨୦୨୩ରେ ରିଲିଜ ହୋଇଥିବା ଜେଲରେ ମିଥୁନ ଚକ୍ରବର୍ତି ଖଳନାୟକ ଭୂମିକା କରି ବେଶ ଚର୍ଚ୍ଚା ସାଉଁଟିଥିଲେ । ଏବେ ମିଥୁନ ଖୁଲାସା କରିଛନ୍ତି ଯେ, ଶାହାରୁଖଙ୍କୁ ଏହି ଫିଲ୍ମରେ ମାରାତ୍ମକ ଖଳନାୟକ ଭାବେ ଦେଖିବାକୁ ମିଳିବ । ଅବଶ୍ୟ ମେକର୍ସଙ୍କ ପକ୍ଷରୁ ଏଥିନେଇ କୌଣସି ଘୋଷଣା କରାଯାଇ ନାହିଁ ।

ପୂର୍ବରୁ ମୋହନଲାଲ, ଶାହାରୁଖ, ରମ୍ୟା କ୍ରିଷ୍ପନ ଓ ଶିବ ରାଜକୁମାରଙ୍କ ନାମ ମଧ୍ୟ ସେ ଘୋଷଣା କରିଥିଲେ । ୨୦୨୩ରେ ରିଲିଜ ହୋଇଥିବା ଜେଲର ଫିଲ୍ମ ଯେଉଁଠାରେ ଶେଷ ହୋଇଥିଲା ତା ପରେ ସେଠାରୁ କାହାଣୀ ଆଗକୁ ବଢ଼ିବ । ଏଥର ଏହାକୁ ଭବ୍ୟ ଆକାରରେ ପ୍ରସ୍ତୁତ କରିବା ଲକ୍ଷ୍ୟରେ ମେକର୍ସ ରହିଛନ୍ତି ।

Leave A Reply

Your email address will not be published.