Latest Odisha News

BREAKING NEWS

ରୋହିତ, କୋହଲିଙ୍କ ପରି ଖେଳାଳିଙ୍କ ଉପରେ ଚାପ ପକାଇ କଣ ପାଇଲା ବିସିସିଆଇ

ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ଘରୋଇ କ୍ରିକେଟରେ ଖେଳିବା ପାଇଁ ବିସିସିଆଇ ଅନାବଶ୍ୟକ ଚାପ ପକାଇଥିଲା । ଏହା ଅନେକ ପ୍ରଶ୍ନ ଉଠାଇଛି । ବିଜୟ ହଜାରେ ଟ୍ରଫି ପରି ଟୁର୍ଣ୍ଣାମେଂଟ ପ୍ରକୃତରେ ଖେଳାଳିଙ୍କ ଦକ୍ଷତା ମାପି ପାରିବ କି? ବିଜୟ ହଜାରେ ଟ୍ରଫିରେ ଏଥର ଗୋଟିଏ ଦିନ ୨୨ଶତକ ମରାଯାଇଛି । ଏଥିରେ ଗୋଟିଏ ଦ୍ୱିଶତକ ସାମିଲ । ଏହାର ସ୍ତର କଣ ଆନ୍ତର୍ଜାତୀୟ ଖେଳାଳିଙ୍କ ସହ ସମକକ୍ଷ । ପ୍ରାୟ ୧ ବର୍ଷ ହେବ ରୋହିତ, ବିରାଟଙ୍କ ଘରୋଇ କ୍ରିକେଟ ଖେଳିବା ନେଇ ନାଟକ ଚାଲିଥିଲା । ପୂର୍ବରୁ ସେମାନେ ଗୋଟିଏ ଗୋଟିଏ ରଣଜୀ ଟ୍ରଫି ଖେଳିଥିଲେ । ମାତ୍ର ଏହା ପରେ ସେମାନେ ଟେଷ୍ଟରୁ ଅବସର ଘୋଷଣା କରିଥିଲେ ।

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେମାନେ ଚମତ୍କାର ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ବିଜୟ ହଜାରେ ଟ୍ରଫିରେ ଡିସେମ୍ବର ୨୪ରେ ଖେଳାଯାଇଥିବା ମ୍ୟାଚରେ ଦ୍ୱିଶିକ, ୩୨ ଓ ୩୪ ବଲରେ ଶତକ ଏବଂ ୧୯୦ ରନର ଇନିଂସ ମଧ୍ୟ ରହିଥିଲା । ବିହାର ଟିମ ଅରୁଣାଚଳ ପ୍ରଦେଶ ସମ୍ମୁଖରେ ୫୭୪ ରନର ଲକ୍ଷ୍ୟ ରଖିଥିଲା । ସେହିପରି କର୍ଣ୍ଣାଟକ ୪୧୩ ରନର ଲକ୍ଷ୍ୟ ଝାରଖଣ୍ଡ ବିପକ୍ଷରେ ଏବଂ ବେଙ୍ଗଲ ୩୮୩ ରନର ଲକ୍ଷ୍ୟ ବିଦର୍ଭ ବିପକ୍ଷରେ ହାସଲ କରି ନେଇଥିଲା ।

ସତରେ ଏହି ଟୁର୍ଣ୍ଣାମେଂଟ କଣ ଫର୍ମ, ଫିଟନେସ ଏବଂ ଦକ୍ଷତାର ମାପକାଠି ସାଜି ପାରୁଛି କି ? ଏଥିରେ ପୁଣି ୧୫ରୁ ୨୦ ବର୍ଷ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଖେଳାଳିଙ୍କୁ ବାଧ୍ୟ କରାଯାଉଛି । ବିରାଟ ଓ ରୋହିତ ଶତକ ହାସଲ କରି ଶ୍ରେଷ୍ଠ ବୋଲି ପ୍ରମାଣିତ କରିପାରିଛନ୍ତି । ସେମାନଙ୍କ ବ୍ୟାଟିଂକୁ ବିସିସିଆଇ ଯୁବପିଢ଼ୀଙ୍କୁ ଦେଖାଇଥିଲେ ଭଲ ହୋଇଥାନ୍ତା । ତାହା ମଧ୍ୟ ସମ୍ଭବପର ହୋଇ ନ ଥିଲା । ମୁମ୍ବାଇରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବା ପାଇଁ ଅନୁମତି ଥିଲେ ମଧ୍ୟ ଦିଲ୍ଲୀରେ ସେମାନଙ୍କ ଉପରେ କଟକଣା ରହିଥିଲା । ଘରୋଇ କ୍ରିକେଟର ସ୍ତର ବୃଦ୍ଧି କରିବା ସହ ଏହାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ମଧ୍ୟ ଧ୍ୟାନ ଦେବାକୁ ପଡିବ ।

Leave A Reply

Your email address will not be published.