Latest Odisha News

BREAKING NEWS

୩୩୫୮ କୋଟି ଟଙ୍କାର ଫାଇଦା ପାଇଛି ବିସିସିଆଇ: ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୫ରେ ୩୩୫୮ କୋଟି ଟଙ୍କାର ଲାଭ ପାଇଥିବା କ୍ରିକବିଜରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏତେ ଟଙ୍କାର ଲାଭ ପାଇବା ସତ୍ୱେ ବିସିସିଆଇ ଘରୋଇ କ୍ରିକେଟର ପ୍ରସାରଣ କରି ନ ପାରିବା ପ୍ରଶଂସକଙ୍କୁ ନିରାଶ କରିଛି । ଦୀର୍ଘ ଦିନ ପରେ ରୋହିତ ଶର୍ମା ଓ ବିରାଟ କୋହଲି ବିଜୟ ହଜାରେ ଟ୍ରଫିରେ ଖେଳିଥିଲେ ଏହାକୁ ଘରୋଇ ପ୍ରଶଂସକ ଉପଭୋଗ କରିପାରି ନ ଥିଲେ । ଉଭୟ ନିଜ ନିଜ ଟିମ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଶତକ ହାସଲ କରିଥିଲେ । ଫର୍ମ ଏବଂ ଫିଟନେସ ବଜାୟ ରଖିବା ପାଇଁ ବିସିସିଆଇ ସେମାନଙ୍କୁ ପରୋକ୍ଷରେ ଘରୋଇ କ୍ରିକେଟ ଖେଳିବା ପାଇଁ ଚାପ ପକାଇଥିଲେ ।

୨୦୨୫ରେ ଡ୍ରିମ ଇଲେଭେନ ସହ ବୋର୍ଡର ଚୁକ୍ତି ଭାଙ୍ଗିବା ପରେ ବିସିସିଆଇର ଲାଭ ପରିମାଣ କମିଥିଲା । ବିସିସିଆଇକୁ ଆଇସିସି ଆୟର ୩୮.୫ ପ୍ରତିଶତ ମିଳିଥାଏ । ଯାହାକି ଅନ୍ୟ ବୋର୍ଡ ତୁଳନାରେ ଯଥେଷ୍ଟ ଅଧିକ । ବିିସିସିଆଇ ଆସନ୍ତା ବର୍ଷ ୮୯୬୩ କୋଟି ଟଙ୍କା ଆୟ କରିବ ବୋଲି ଆକଳନ କରାଯାଉଛି । ବିସିସିଆଇ ଘରୋଇ କ୍ରିକେଟକୁ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି ବୋଲି ପ୍ରଶଂସକମାନେ କହିଛନ୍ତି ।

Leave A Reply

Your email address will not be published.