ନୂଆଦିଲ୍ଲୀ: ଥାଇଲାଣ୍ଡରେ ବିଲେଇ ପ୍ରଜାତିର ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ୩୦ ବର୍ଷ ପରେ ଦେଖାଦେଇଛି । ଯାହାର ନାମ ଫ୍ଲାଟ ହେଡେଡ କ୍ୟାଟ କୁହାଯାଏ । ଯାହାକୁ ନେଇ ପରିବେଶବିତ ଓ ପ୍ରାଣୀ ବିଶେଷଜ୍ଞ ଉତ୍ସାହିତ ହୋଇ ପଡିଛନ୍ତି । ଥାଇଲାଣ୍ଡର ସଂରକ୍ଷଣ ବିଭାଗ ଓ ଏକ ଏନଜିଓ ସଂସ୍ଥା ଏହି ଖୁସୀ ଖବର ଶେୟାର କରିଛନ୍ତି । ୧୯୯୫ରେ ଶେଷ ଥର ଥାଇଲାଣ୍ଡର ଏହି ଜଙ୍ଗଲୀ ବିଲେଇକୁ ଦେଖିବାକୁ ମିଳିଥିଲା । ଦୀର୍ଘ ଦିନ ପରେ ଜଙ୍ଗଲରେ ବିଭିନ୍ନ କ୍ୟାମେରାରେ ଏହି ବିଲେଇ କୈଦ ହୋଇଥିଲା ।
ଏହି ବିଲେଇ ଲୁଚି କରି ରହୁଥିବାରୁ ଏବଂ ରାତିରେ ବାହାରୁଥିବାରୁ ତାଙ୍କୁ ବଂଚାଇ ରଖିବା କଷ୍ଟକର ହୋଇଥାଏ । ଏବେ ବିଶ୍ୱରେ ମାତ୍ର ୨୫୦୦ ଏହି ପ୍ରଜାତିର ବିଲେଇ ରହିଛି । ସେଥିପାଇଁ ବିଲପ୍ତ ପ୍ରାୟ ପ୍ରାଣୀ ତାଲିକାରେ ଏହାକୁ ସାମିଲ କରାଯାଇଥିଲା । ଏବେ ସ୍ଥାନୀୟ ସରକାର ଏହି ପ୍ରଜାତିର ସଂଖ୍ୟା କିପରୀ ବୃଦ୍ଧି ପାଇବ ସେ ନେଇ ଉଦ୍ୟମ ଆରମ୍ଭ କରିଛି ।