Latest Odisha News

BREAKING NEWS

୨ଦିନରେ ଷ୍ଟେସନରୁ ଜବତ ହେଲାଣି ୧୭ କେଜି ଗଞ୍ଜେଇ; ଦୁଇ ଗିରଫ

ଭୁବନେଶ୍ବର:ବଲାଙ୍ଗୀରରେ ଦିନକୁ ଦିନ ବଢୁଛି ଗଞ୍ଜେଇ ବେପାର । ବଲାଙ୍ଗୀର ରେଳବାଇ ପୋଲିସ ଗତ ଦୁଇଦିନ ମଧ୍ୟରେ ୧୭ କେଜି ଗଞ୍ଜେଇ ଜବତ କରିଛି ଓ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବଲାଙ୍ଗୀର ରେଳବାଇ ପୋଲିସ ବୁଧବାର ସ୍ଥାନୀୟ ରେଳ ଷ୍ଟେସନରୁ ୧୨ କେଜି ଗଞ୍ଜେଇ ଜବତ କରିଥିଲା। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ କରିଥିଲା। ଗିରଫ ଯୁବକ ହେଲେ ରାଜସ୍ଥାନର ରାହୁଲ ପ୍ରଜାପତି(୨୨) । ସେହିପରି ଗୁରୁବାର ପୋଲିସ ଷ୍ଟେଶନରୁ ୫ କେଜି ଗଞ୍ଜେଇ ଜବତ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ରାଜସ୍ଥାନର ଇରଫାନ ଖାନ୍‌(୪୨) ।

ଖବରମୁତାବକ,ବୁଧବାର ରାହୁଲ ଏକ ଟ୍ରଲି ବ୍ୟାଗରେ ଗଞ୍ଜେଇ ଭର୍ତ୍ତି କରି ବଲାଙ୍ଗୀର ରେଲୱେ ଷ୍ଟେସନରୁ ରାଜସ୍ଥାନ ଯିବ ପାଇଁ ରାୟପୁର ଇଣ୍ଟରସିଟି ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ଯୁବକ ଜଣକ ଷ୍ଟେସନରେ ପୋଲିସକୁ ଦେଖ ଖସି ଯିବାକୁ ଉଦ୍ୟମ କରିଥିଲେ। ପାଟ୍ରୋଲିଂ ସ୍କ୍ବାର୍ଡ ତାଙ୍କୁ ସନ୍ଦେହରେ ଅଟକାଇଥିଲେ। ପରେ ତାଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବ୍ୟାଗରୁ ୧୨ଟି ସିଲ୍ଡ ଗଞ୍ଜେଇ ପ୍ୟାକେଟ ମିଳିଥିଲା। ସେହିପରି ଗୁରୁବାର ଏକ ବ୍ୟାଗରେ ଗଞ୍ଜେଇ ଧରି ଇରଫାନ ଟ୍ରେନ୍‌ରେ ରାଜସ୍ଥାନ ଯିବା ପାଇଁ ଷ୍ଟେସନରେ ଅଟକି ଥିବା ବେଳେ ପୋଲିସ ସନ୍ଦେହରେ ବ୍ୟାଗକୁ ଯାଞ୍ଚ କରିଥିଲା । ସେଥିରୁ ୫ ପ୍ୟାକେଟ ଗଞ୍ଜେଇ ବାହାରି ଥିଲା । ଯାହାର ଓଜନ ୫କେଜି ଥିଲା ଓ ଏହାର ଆନୁମାନିକ ମୂଲ୍ୟ ପଚାଶ ହଜାର ଟଙ୍କା ହେବ ।

Leave A Reply

Your email address will not be published.