ପୁରୀ: ରତ୍ନ ଅଳଙ୍କାର ଗଣତିମଣତି ନେଇ ଶ୍ରୀମନ୍ଦିର ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେଉଛି । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ଆଲୋଚନା କରାଯଉଛି । ତେବେ ଆଗକୁ ଇଂରାଜୀ ନବବର୍ଷ ଥିବାରୁ ଶ୍ରୀମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ତେଣୁ ଉକ୍ତ ସମୟରେ ରତ୍ନଭଣ୍ଡାର ଖୋଲିବା ସମ୍ଭବ ହୋଇନପାରେ । ଏଣୁ ବୈଠକରେ ଆସନ୍ତା ଜାନୁଆରୀ ମାସରେ କେଉଁ ତାରିଖରେ ରତ୍ନ ଭଣ୍ଡାର ଖୋଲିବ ସେନେଇ ତିଥି, ବାର ସହ ମାହେନ୍ଦ୍ର ବେଳ ସ୍ଥିର କରାଯିବ ।
ସେପଟେ ଗଣତିମଣତି ସମୟରେ ଅଳଙ୍କାରର ସୁରକ୍ଷା ଦୃଷ୍ଟିରୁ ଭକ୍ତଙ୍କ ଦର୍ଶନ କେତେ ସମୟ ପର୍ଯ୍ୟନ୍ତ ବନ୍ଦ କରାଯିବ ତାହା ମଧ୍ୟ ସ୍ଥିରିକୃତ କରାଯିଵ । ପରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ଅନୁମୋଦନ ହେବାପରେ ଖୋଲିବ ରତ୍ନଭଣ୍ଡାର । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସବୁର ଡିଜିଟାଇଜେସନ କରାଯିବ ।
୧୯୭୮ ମସିହାର ମେଳକ ସହ ଗଣତି ମଣତି କରାଯିବ । ମାର୍ଗଦର୍ଶିକା ଅନୁସାରେ ସମସ୍ତ କାର୍ଯ୍ୟ କରାଯିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଜିଲ୍ଲାପାଳ, ଏସପି ଏବଂ ରତ୍ନଭଣ୍ଡାର ତଦାରଖ କମିଟିର ସଦସ୍ୟ ମାନେ ଉପସ୍ଥିତ ଅଛନ୍ତି ।