Latest Odisha News

BREAKING NEWS

President Murmu: ଦ୍ବିତୀୟ ରାଷ୍ଟ୍ରପତି ଭାବେ ନୌସେନାର ଏକ ପଣ୍ଡୁବୀରେ ସମୁଦ୍ର ଯାତ୍ରା କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ୨୮ ଡିସେମ୍ବର ଅର୍ଥାତ୍ ଆଜି ଭାରତୀୟ ନୌସେନାର ଏକ ପଣ୍ଡୁବୀରେ ସମୁଦ୍ର ଯାତ୍ରା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଯାତ୍ରା କରିବା ପରେ ସେ ଦେଶର ଦ୍ୱିତୀୟ ରାଷ୍ଟ୍ରପତି ହେବେ। ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ. ଅବଦ୍ଦୁଲ କଲାମ ୨୦୦୬ ମସିହା ଫେବୃଆରୀ ୧୩ ତାରିଖରେ ବିଶାଖପଟ୍ଟନମରୁ ପଣ୍ଡୁବୀରେ ସମୁଦ୍ର ଯାତ୍ରା କରିଥିଲେ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କାରବାର ବନ୍ଦରଗାହରୁ ଯାତ୍ରା କରିବେ । ଏନେଇ ତାଙ୍କର ଚାରି ଦିନିଆ ଗସ୍ତ ଆରମ୍ଭ କରି ସାରିଛନ୍ତି । ଏହି ଯାତ୍ରାରେ ସେ ଗୋଆ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡ ଗସ୍ତ କରିବେ । ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଷ୍ଟ୍ରପତି ମୁର୍ମୁ ଏହା ପୂର୍ବରୁ ଅନେକ ଐତିହାସିକ କୃତିତ୍ୱ ହାସଲ କରିଛନ୍ତି । ସେ ଭାରତୀୟ ବାୟୁସେନାର ଲଢୁଆ ବିମାନରେ ଉଡ଼ାଣ ଭରିଥିବା ପ୍ରଥମ ରାଷ୍ଟ୍ରପତି ।

ଚଳିତ ବର୍ଷ ୨୯ ଅକ୍ଟୋବରରେ ସେ ରାଫେଲ ବିମାନରେ ଉଡ଼ାଣ କରିଥିଲେ ଏବଂ ୨୦୨୩ରେ ସୁଖୋଇ-୩୦ ବିମାନରେ ଉଡ଼ାଣ କରିଥିଲେ । ରାଷ୍ଟ୍ରପତି ଭବନର ସୂଚନା ଅନୁଯାୟୀ, ରାଷ୍ଟ୍ରପତି ମୁର୍ମୁ ୨୭ ଡିସେମ୍ବର ସାରେ ଗୋଆ ଯାତ୍ରା କରିଛନ୍ତି। ଗସ୍ତର ଶେଷ ପର୍ଯ୍ୟାୟରେ ସେ ୩୦ ଡିସେମ୍ବରରେ ଝାଡ଼ଖଣ୍ଡ ପହଞ୍ଚିବେ ।

Leave A Reply

Your email address will not be published.