Latest Odisha News

BREAKING NEWS

New Married Couple Suicide: ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି….

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବିବାହର ଦୁଇ ଦିନ ପରେ ହନିମୁନରେ ଶ୍ରୀଲଙ୍କା ଯାଇଥିବା ନବ ଦମ୍ପତ୍ତି ବେଙ୍ଗାଲୁରୁ ଫେରିବା ପରେ ଆତ୍ମହତ୍ୟା କରିଛନ୍ତି ।

ଖବର ମୁତାବକ, ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା (୩୬) ବେଙ୍ଗାଲୁରୁରେ ଗାନଭିଙ୍କୁ ବିବାହ କରିଥିଲେ । ବାହାଘର ପରେ ଉଭୟ ହନିମୁନ୍‌ ପାଇଁ ଶ୍ରୀଲଙ୍କା ଯାଇଥିଲେ । ଉଭୟଙ୍କ ମଧ୍ୟରେ ଶ୍ରୀଲଙ୍କାରୁ ହିଁ ଝଗଡ଼ା ଆରମ୍ଭ ହୋଇଥିଲା। ବେଙ୍ଗାଲୁରୁ ଫେରିବା ପରେ ଗାନଭି ବାପଘରକୁ ଚାଲିଯାଇଥିଲେ । ଆଉ ସେଠାରେ ସେ ଆତ୍ମହତ୍ୟା କରିଥିଲେ ।

ଝିଅର ବାପ ଘର ଲୋକ ମୃତ୍ୟୁ ପାଇଁ ସୂରଜ ଏବଂ ତାଙ୍କ ପରିବାର ଲୋକଙ୍କୁ ଦାୟୀ କରିଥିଲେ । ଏମିତିକି ଯୌତୁକ ପାଇଁ ନିର୍ଯାତନା ଦେବା ଏବଂ ଆତ୍ମହତ୍ୟା କରିବା ପାଇଁ ଉସ୍କେଇବା ମାମଲା ମଧ୍ୟ ରୁଜୁ କରାଇଥିଲେ । ଶୁକ୍ରବାର ସୂରଜ ୧୦୦୦ କିମି ନାଗପୁର ଚାଲିଯାଇଥିଲେ । ଆଉ ନାଗପୁରର ଏକ ହୋଟେଲରେ ଚେକ ଇନ୍ କରିବାର କିଛି ଘଣ୍ଟା ପରେ ସୂରଜ ମଧ୍ୟ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ ।

ସୂରଜଙ୍କ ଭାଇ ସଞ୍ଜୟ କହିଥିଲେ ଧମକ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଯୋଗୁ ପୂରା ପରିବାର ଡିସେମ୍ବର ୨୫ରେ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଚାଲିଯାଇଥିଲେ । ସଞ୍ଜୟ ପରିବାର ଯୌତୁକ କଥାକୁ ଖାରଜ କରିଛନ୍ତି। ସଞ୍ଜୟ କହିଛନ୍ତି ବିବାହର ପୂରା ଖର୍ଚ୍ଚ ସେମାନେ ଉଠାଇଥିଲେ। ସେମାନେ କିଛି ବି ମାଗିନଥିଲେ । ବର୍ତ୍ତମାନ ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି ।

Leave A Reply

Your email address will not be published.