କୋଣାର୍କ: ପୁରୀ ଜିଲ୍ଲାର ସୂର୍ଯ୍ୟ ମନ୍ଦିରକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଡିସେମ୍ବର ୩୦ ତାରିଖ ଅର୍ଥାତ୍ ଆସନ୍ତାକାଲି କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ କରାଯାଇଥିବା ସୂଚନା ରହିଛି ।
ବିଶ୍ବକୁ ରୋଗମୁକ୍ତ ଓ ବିଶ୍ବର କଲ୍ୟାଣ ପାଇଁ ଚଳିତବର୍ଷ ମଧ୍ୟ କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦର ମିଳିତ ଆନୁକୁଲ୍ୟରେ ତ୍ରିଦିବସୀୟ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞ ପାଇଁ ଘଟ ସ୍ଥାପନ ଓ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମିତିର ସଭାପତି ତଥା କୋଣାର୍କ ଏନଏସି କାଉନସିଲର ସୌମ୍ୟସୌରଭ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ କାର୍ଯ୍ୟକ୍ରମ ହେବ ।
ପବିତ୍ର ଶାମ୍ବଦଶମୀରେ ବିଶ୍ବ କଲ୍ୟାଣ ସୌର ମହାଯଜ୍ଞର ପୂର୍ଣ୍ଣାହୁତି ହେବ । ଶାମ୍ବଦଶମୀ ଅବସରରେ ଏହି ଶୁଳ୍କ ଛାଡ କରିବାକୁ ନିଷ୍ପତ୍ତି ନିଆଯାଇଛି ।