Latest Odisha News

BREAKING NEWS

New Year Celebration: ଓଡିଶାରେ ଆରମ୍ଭ ହେଲା ‘ମିଶନ ସୁରକ୍ଷା ୨୦୨୬’; ଜିରୋ ନାଇଟ୍ ପାଇଁ ରାତିସାରା ଚାଲିବ ପାଟ୍ରୋଲିଂ, ବ୍ଲକିଂ ଚେକିଂ

ଭୁବନେଶ୍ବର: ଜିରୋ ନାଇଟ୍ ପାଇଁ କମିଶନରେଟ୍ ପୁଲିସର ନିର୍ଦ୍ଦେଶନାମା। ରାସ୍ତା କଡ଼ରେ ସେଲିବ୍ରେସନ୍ ମନା। ସେଲିବ୍ରେସନ୍ ର ଜାଗା ଚିହ୍ନଟ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଇଭେଣ୍ଟ ପାଇଁ ଅନୁମତି ମିଳିଛି କି ନାହିଁ ତଦାରଖ କରିବାକୁ କୁହାଯାଇଛି। ରାତିରେ ନିରନ୍ତର ପାଟ୍ରୋଲିଂ, ବ୍ଲକିଂ ଚେକିଂ ପାଇଁ କୁହାଯାଇଛି। ସେଲିବ୍ରେସନ୍ ସ୍ଥାନ ଗୁଡ଼ିକଟରେ ସଜାଗ ରହିବାକୁ କୁହାଯାଇଛି। ରାଜ୍ୟ ପୋଲିସ “ମିଶନ ସୁରକ୍ଷା ୨୦୨୬” ନାମକ ଏକ ବ୍ୟାପକ ସୁରକ୍ଷା ଅଭିଯାନ ଆରମ୍ଭ କରିଛି, ଯାହା “ଶୂନ୍ୟ ସହନଶୀଳତା, ସର୍ବାଧିକ ସୁରକ୍ଷା” ଆଭିମୁଖ୍ୟକୁ ଗୁରୁତ୍ୱ ଦେଇଛି।

ଏହି ପଦକ୍ଷେପ ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଯାଜପୁର, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ା ସମେତ ସାତଟି ପ୍ରମୁଖ ଜିଲ୍ଲାକୁ କଭର କରିବ। ଏହି ଅଞ୍ଚଳଗୁଡ଼ିକରେ ମୋଟ ୧୫୦ ପୋଲିସ ପ୍ଲାଟୁନ୍ ମୁତୟନ କରାଯିବ, ପୁରୀରେ ସର୍ବାଧିକ ୬୦ ପ୍ଲାଟୁନ୍ ମୁତୟନ କରାଯିବ। ଯେଉଁଠାରେ ହୋଟେଲଗୁଡ଼ିକ ପୂର୍ଣ୍ଣ ବୁକ୍ ହୋଇସାରିଛି ଏବଂ ଏବେଠାରୁ ଶ୍ରୀ ଜଗନ୍ନାଥ ମନ୍ଦିରରେ ଲମ୍ବା ଧାଡ଼ି ଲାଗି ରହିଥିବା ଦେଖିବାକୁ ମିଳିଛି।

ଜିରୋ ନାଇଟ୍ ରେ ଟ୍ଵିନ୍ ସିଟିରେ କୌଣସି ଅଘଟଣକୁ ଏଡ଼ାଇବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି। ସେପଟେ ସେଲିବ୍ରେସନ୍ ପାଇଁ ସହରରେ ମୋଟ ୨୮ଟି ଇଭେଣ୍ଟ ପାଇଁ ଅନୁମତି ଦେଇଛି ପୁଲିସ। ସେଥିରୁ ଖେଳପଡ଼ିଆ କିମ୍ବା ବାହାର ଜାଗାରେ ୧୧ଟି ଇଭେଣ୍ଟ କରାଯିବ । ବାକି ୧୭ଟି ଇଭେଣ୍ଟ ହୋଟେଲ ଓ କନଭେନସନରେ ଚାଲିବ । ଏସବୁ ଇଭେଣ୍ଟରେ ଆଇନଶୃଙ୍ଖଳାକୁ ବଜାୟ ରଖିବା ପାଇଁ ସ୍ଥାନୀୟ ଥାନା ପକ୍ଷରୁ ପୁଲିସ ସୁରକ୍ଷା ଯୋଗାଇଦେବ ।

ରାତି ସାଢେ ୧୨ଟା ଯାଏଁ ଜିରୋ ନାଇଟ୍ ସେଲିବ୍ରେସନ୍ ଚାଲିବ । ତା’ ପରେ ପାଟ୍ରୋଲିଂ ଭ୍ୟାନ୍ ପଇଁତରା ମାରି ସମସ୍ତ ଇଭେଣ୍ଟକୁ ବନ୍ଦ କରିବ । ଅନ୍ୟାନ୍ୟ କ୍ଲବ, ପବ୍ ରେ ସ୍ୱତନ୍ତ୍ର ଆୟୋଜନକୁ ମଧ୍ୟ ନଜରରେ ରଖିଛି ପୁଲିସ । ସେଲିବ୍ରେସନ ଆଳରେ ମାତାଲ୍ ହୋଇ କେହି ଉତ୍ପାତ କଲେ, ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭୁବନେଶ୍ବରର ୧୮ଟି ସ୍ଥାନରେ ବ୍ଲକିଂ, ଚେକିଂ ହେବ। ସୁରକ୍ଷା ତଦାରଖ କରିବେ ୨୯ଟି ୱାଚ ପାଟ୍ରୋଲିଂ ଟିମ୍ । ୪ଟି କ୍ୟୁଆରଟି ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ। ଏହାସହ ୫ଟି ଟୁରିଷ୍ଟ ଲୋକେସନରେ ପୋଲିସ ପ୍ରହରା ଦେବ। ମଦ ପିଇ ହଙ୍ଗାମା କଲେ ପୋଲିସ ସାବାଡ କରିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ।

Leave A Reply

Your email address will not be published.