Latest Odisha News

BREAKING NEWS

ଭୟଙ୍କର ସଡ଼କ ଦୁର୍ଘଟଣା: ପଥଚାରୀଙ୍କୁ ପିଟିଲା ବସ୍, ୪ ମୃତ

ମୁମ୍ବାଇ: ମୁମ୍ବାଇର ଭାଣ୍ଡୁପ୍ ପଶ୍ଚିମ ଷ୍ଟେସନ ରୋଡ୍ ଅଞ୍ଚଳରେ ବଡ଼ ସଡକ ଦୁର୍ଘଟଣା। ରିଭର୍ସ ନେଉଥିବା ସମୟରେ ପଥଚାରୀଙ୍କୁ ପିଟିଲା ବସ୍। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏଥିସହ ସହ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ଅନୁସାରେ, ବସଟି ରିଭର୍ସ ନେଉଥିବା ସମୟରେ ଯାତ୍ରୀମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଭାଣ୍ଡୁପ୍ ପଶ୍ଚିମ ଷ୍ଟେସନ ରୋଡ୍ କ୍ୟାମ୍ପସରେ ଆତଙ୍କ ଖେଳିଯାଇଥିଲା। ରାତି ୧୦ଟା ୫ରେ ପୋଲିସକୁ ଘଟଣା ବିଷୟରେ ସୂଚନା ଦିଆଯାଇଥିଲା। ଖବର ପାଇ ମୁମ୍ବାଇ ଅଗ୍ନିଶମ ବାହିନୀ, ପୋଲିସ, ବେଷ୍ଟ ବସର କର୍ମଚାରୀ ଏବଂ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ତଦନ୍ତ କରୁଛି ପୋଲିସ।

ଦୁର୍ଘଟଣା ସମୟରେ ଅନେକ ଲୋକ କାମରୁ ଘରକୁ ଫେରୁଥିଲେ, ଯାହା ଫଳରେ ଷ୍ଟେସନ କ୍ୟାମ୍ପସରେ ପ୍ରବଳ ଭିଡ଼ ହୋଇଥିଲା। ରିପୋର୍ଟ ଅନୁସାରେ, ଆହତ ଏବଂ ମୃତକମାନଙ୍କୁ ରାଜାୱାଡି ହସ୍ପିଟାଲ ଏବଂ ଏମ.ଟି. ଅଗ୍ରୱାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରକାଶ ଥାଉକି, ଠିକ୍ ଗୋଟିଏ ବର୍ଷ ପୂର୍ବରୁ, ଡିସେମ୍ବର ୨୦୨୪ରେ, ଏକ ବେଷ୍ଟ ବସ୍ ମୁମ୍ବାଇର କୁର୍ଲାରେ ଏକ ସଡ଼କ ଦୁର୍ଘଟଣା ଘଟାଇଥିଲା। ବସଟି ପ୍ରାୟ ୩୦ ଜଣଙ୍କୁ ଚାପି ଦେଇଥିଲା, ଯେଉଁଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୬ ଜଣ ଆହତ ହୋଇଥିଲେ।

Leave A Reply

Your email address will not be published.