ପୁରୀ: ରାତି ପାହିଲେ ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ କରିବ ସମସ୍ତ ବିଶ୍ବ । ଏନେଇ ଚାରିଆଡେ ଉତ୍ସବ ମୁଖର । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ମାଧ୍ୟମରେ ନୂତନ ବର୍ଷକୁ ସ୍ୱାଗତ କରି ସାରା ବିଶ୍ୱକୁ ଇଂରାଜୀ ନୂତନ ବର୍ଷ ର ଅଭିନନ୍ଦନ ଜଣାଇଛନ୍ତି ।
ମାନସ କୁମାର ସାହୁ ତାଙ୍କ ବାଲୁକା କଳା ରେ ବିଶ୍ୱକୁ ‘Happy New Year 2026’ ର ଶୁଭେଚ୍ଛା ଜଣାଇ ବାଲୁକା କଳା ନିର୍ମାଣ କରିଛନ୍ତି । ଇଂରାଜୀ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ ଏବଂ ସାରା ବିଶ୍ୱରେ ଶାନ୍ତିର ପ୍ରତିଷ୍ଠା ହେଉ ବୋଲି ଲେଖିବା ସହ ପ୍ରଭୁ ଜଗନ୍ନାଥଙ୍କ କୃପାରେ ସମସ୍ତେ ସୁସ୍ଥ ଏବଂ ସୁଖୀ ରୁହନ୍ତୁ ବୋଲି କାମନା କରିଛନ୍ତି ।
ଏହି ବାଲୁକା କଳାଟି ୧୫ ଫୁଟ୍ ଓସାର ବିଶିଷ୍ଟ ହୋଇଛି । ଏଥିରେ ୭ ଟନ୍ ବାଲି ଉପଯୋଗ କରାଯାଇଛି । ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏହା ସହ ସେ ବିଶ୍ବକୁ ଶାନ୍ତିର ବାର୍ତ୍ତା ମଧ୍ୟ ଦେଇଛନ୍ତି ।