Latest Odisha News

BREAKING NEWS

‘ବର୍ଡର ୨’ର ଗୀତକୁ ନେଇ ଏଭଳି କାହିଁକି କହିଲେ ଅନୁ ମଲିକ

ମୁମ୍ବାଇ: ସନ୍ନି ଦେଓଲଙ୍କ ଅଭିନୀତ “ବର୍ଡର ୨” ଜାନୁଆରୀ ୨୦୨୬ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ୨୯ ଡିସେମ୍ବରରେ ଫିଲ୍ମର ଏକ ଗୀତ “ଘର କବ୍ ଆଓଗେ” ର ଟିଜର ରିଲିଜ ହେବାପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ଗୀତଟି “ବର୍ଡର” ଫିଲ୍ମ ର “ସନ୍ଦେସେ ଆତେ ହେଁ”ର ନୂଆ ଭର୍ସନ ଅଟେ। ତେବେ ଏହାର ମୂଳ ଗୀତଟି କୁ ଜାଭେଦ ଅଖତର ଲେଖିଥିବା ବେଳେ ଅନୁ ମଲିକ ଏହାକୁ ବନାଇଥିଲେ।କିନ୍ତୁ ବର୍ତ୍ତମାନ୍ ଏହାର ନୂତନ ସଂସ୍କରଣ କୁ  ମିଥୁନ୍ ବନାଇଥିବା ବେଳେ ମନୋଜ ମୁନ୍ତାଶିର ଏହାକୁ ଲେଖିଥିବା କୁହାଯାଉଛି। ଯାହାକୁ ନେଇ ବର୍ତ୍ତମାନ୍  ସଙ୍ଗୀତକାର ଅନୁ ମଲିକ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏନେଇ ଅନୁ ମଲିକ କହିଛନ୍ତି ଯେ ଏହି ଗୀତଟି ପୁନଃନିର୍ମାଣ କରାଯାଇଛି ଓ ମୁଁ ଏହାର ଅଂଶ ନୁହେଁ। କିନ୍ତୁ ସେମାନେ ଗୀତରେ ମୋର ନାମ ସାମିଲ କରିବେ ବୋଲି ଆଶା କରୁଛି କାରଣ ମୁଁ ଏହାକୁ ରଚନା କରିଥିଲି। ଏହାବ୍ୟତୀତ ଏହି ଗୀତ ବିନା “ବର୍ଡର ୨” ଫିଲ୍ମ ତିଆରି ହୋଇପାରିବ ନାହିଁ ବୋଲି ମଧ୍ୟ ସେ କହିଥିଲେ। ତେବେ ଏହି ଗୀତରେ ଉଭୟ ଅନୁ ମଲିକ ଏବଂ ଜାଭେଦ ଅଖତର ଉଭୟଙ୍କ ଅବଦାନ ରହିଛି ଓ ନିର୍ମାତା ମାନେ ଉଭୟଙ୍କ ନାମ କୌଣସି ସ୍ଥାନରେ ସାମିଲ କରିବା ଉଚିତ ବୋଲି ସେ କହିଛନ୍ତି।

ଏହି  ଗୀତଟି ୧୯୯୭ ମସିହାର ଓ ଏଥିରେ ସୋନୁ ନିଗମ ଏବଂ ରୂପ କୁମାର ରାଠୋର କଣ୍ଠଦାନ କରିଥିଲେ। ବର୍ତ୍ତମାନ “ଘର କବ ଆଓଗେ” ର ନୂତନ ଗୀତର ଟିଜର ୟୁଟ୍ୟୁବରେ ରିଲିଜ୍ ହେବା ସହ ଏହାକୁ ସୋନୁ ନିଗମ, ଅରିଜିତ ସିଂହ, ବିଶାଲ ମିଶ୍ରା ଏବଂ ଦିଲଜିତ ଦୋସାଞ୍ଜ ଗାଇଥିବା ନେଇ ଜଣାପଡ଼ିଛି।

“ଘର କବ୍ ଆଓଗେ” ନୂତନ ଗୀତର ଆରମ୍ଭରେ ଅନୁ ମଲିକ ଏବଂ ଜାଭେଦ ଅଖତରଙ୍କ ନାମ ରହିଥିବା ନେଇ ରିପୋର୍ଟ ରୁ ଜଣାପଡ଼ିଛି। ଏହି ଫିଲ୍ମଟି ଅନୁରାଗ ସିଂହଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏଥିରେ ସନି ଦେଓଲ, ବରୁଣ ଧାୱନ, ଦିଲଜିତ୍ ଦୋସାଞ୍ଜ ଏବଂ ଆହାନ୍ ସେଟ୍ଟି ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ସୂଚନା ମିଳିଛି।

 

Leave A Reply

Your email address will not be published.