Latest Odisha News

BREAKING NEWS

ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ହେବ ପୁନଃ ଜୀବନ୍ତ, ଓଡ଼ିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ…

କଟକ: ନୂଆ ରୂପ ନେବ ଓଡ଼ିଶା ନୌବାଣିଜ୍ୟ ଇତିହାସ । ଓଡ଼ିଶାରୁ ବାଲି ଯାତ୍ରା କରିବ ପାରମ୍ପରିକ ଜାହାଜ । ୨୦୨୬ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ଇତିହାସକୁ ପୁଣି ଥରେ ଆଖି ସାମ୍ନାକୁ ଆଣିବ ‘ଆଇଏନଏସଭି କୌନ୍ଦିନ୍ୟ’ ।

ସିଲେଇ କୌଶଳ ଦ୍ୱାରା ପାରମ୍ପରିକ ଶୈଳୀରେ ନିର୍ମିତ ଏହି ଜାହଜ ‘ଆଇଏନଏସଭି କୌନ୍ଦିନ୍ୟ’ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଓଡ଼ିଶାରୁ ବାଲି ଦେଶକୁ ଯାତ୍ରା କରିବ ବୋଲି ଜାହାଜର ନିର୍ମାତା ତଥା ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା କମିଟି ସଦସ୍ୟ ସଞ୍ଜୀବ ସାନ୍ୟାଲ୍ କହିଛନ୍ତି । ଜାତୀୟ ସ୍ତରର ଏକ ଚର୍ଚ୍ଚିତ ପଡକାଷ୍ଟ୍ରେ ସଞ୍ଜୀବ ଏଭଳି ମତ ଦେଇଛନ୍ତି ।

ନିକଟରେ ଏହି ଜାହାଜ ଗୁଜରାଟର ପୋରବନ୍ଦରରୁ ଓମାନ୍‌ର ମସ୍କଟ ପର୍ଯ୍ୟନ୍ତ ଏକ ଐତିହାସିକ ଯାତ୍ରା ଆରମ୍ଭ କରିଛି । ଏହି ଯାତ୍ରା ଭାରତୀୟ ନାବିକମାନଙ୍କ ଦ୍ୱାରା ନିଆଯାଇଥିବା ଶହ ଶହ ବର୍ଷର ପୁରୁଣା ସମୁଦ୍ର ପଥକୁ ପୁନର୍ବାର ଅନୁସରଣ କରି, ଭାରତ ଏବଂ ଓମାନ ମଧ୍ୟରେ ଐତିହାସିକ ସାମୁଦ୍ରିକ ସଂଯୋଗକୁ ପ୍ରତିଷ୍ଠା କରିବ । ଓମାନ୍‌ରୁ ଫେରିବା ପରେ ଦ୍ୱିତୀୟ ଯୋଜନା ଓଡ଼ିଶାକୁ ନେଇ ରହିଛି ।

ପ୍ରାଚୀନ କଳିଙ୍ଗରେ ସାଧବପୁଅମାନେ କେମିତି କରୁଥିଲେ ନୌବାଣିଜ୍ୟ, ବିଶାଳ ସମୁଦ୍ର ପଥରେ କେମିତି ବୋଇତରେ ସାତଦରିଆ ପାର୍ ହେଉଥିଲେ, କୌଣସି ପ୍ରକାର ଯନ୍ତ୍ରଚାଳିତ ବ୍ୟବସ୍ଥାର ସାହାରା ନନେଇ ଓଡ଼ିଶା ମାଟିରୁ ସାଧବ ପୁଅମାନେ ବାଣିଜ୍ୟ କରିବାକୁ କିଭଳି ଯାଉଥିଲେ ଦକ୍ଷିଣ-ପୂର୍ବ ଏସିଆର ବିଭିନ୍ନ ଦେଶକୁ ତାହା ଏବେ ଏହି ‘ଆଇଏନ୍ଏସ୍‌ଭି କୌନ୍ଦିନ୍ୟ’ ଦ୍ବାରା ସତ ହେବାକୁ ଯାଉଛି ।

Leave A Reply

Your email address will not be published.