Latest Odisha News

BREAKING NEWS

ଭସାପୋଲ ଅଘଟଣ: କୁହୁଡ଼ି ପାଇଁ ଚିଲିକାରେ ୧୧ଟା ଯାଏଁ ଡଙ୍ଗା ଚଳାଚଳ ବନ୍ଦ

କୃଷ୍ଣପ୍ରସାଦ: ରାଜ୍ୟରେ ବର୍ତ୍ତମାନ ଘନ କୁହୁଡି ପ୍ରବଳ ମାତ୍ରାରେ ଚାରିଆଡେ ଛାଇ ରହୁଥିବାବେଳେ, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନୂଆବର୍ଷ ଦିନ ପ୍ରବଳ କୁହୁଡି ଯୋଗୁ ଚିଲିକାରେ ଫସିଥିଲା ଭସାପୋଲ । ସେଥିରୁ ଖସିପଡି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ ଚିଲିକାରେ ଡଙ୍ଗା ଚଳଚଳକୁ ବାରଣ କରାଯାଇଛି ।

କୁହୁଡ଼ି ନକମିବା ଯାଏଁ ଡଙ୍ଗା ଚଳାଚଳ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଏନେଇ ପୁରୀ ଏସପି, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ପୁରୀ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଓ କୋଣାର୍କ ପର୍ଯ୍ୟଟନ ଉନ୍ନୟନ ଅଧିକାରୀଙ୍କୁ ଚିଠି ହୋଇଛି । ତେବେ ଆଜି ସକାଳୁ ଡଙ୍ଗା ଚଳାଚଳ କରୁନଥିବାରୁ ଲୋକମାନେ ସାମାନ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

ଗୁରୁବାର ଦିନ ସାତପଡା ଠାରୁ ଜହ୍ନିକୁଦା ଭସାପୋଲରେ ଯାତ୍ରା କରୁଥିବାବେଳେ ପାଣି ଭିତରକୁ ଖସି ପଡ଼ି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଜଳ ଯାତ୍ରା ପାଇଁ ସରକାର ସେଫଟି ଜ୍ୟାକେଟ ବାଧ୍ୟତାମୂଳକ କରିଥିବାବେଳେ ଭସାପୋଲରେ ଥିବା ଯାତ୍ରୀ ପିନ୍ଧିନଥିଲେ । ମୃତ ବ୍ୟକ୍ତିଙ୍କ ନାମ ଉମା ଶଙ୍କର ସାବତ(୬୦) ବୋଲି ଜଣାଯାଇଛି। ତାଙ୍କ ଘର ମାଲକାନଗିରି ବାଲିମେଳା ବୋଲି ଜଣାପଡିଛି ।

Leave A Reply

Your email address will not be published.