ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ ସାନ ପୁଅର ଏକ ଫଟୋ ଅନଲାଇନରେ ଘୂରି ବୁଲୁଛି। କାରଣ ଏଥିସହିତ ତାଙ୍କର ଭାରତୀୟ କନେକ୍ସନ ରହିଛି। ସେ ପ୍ରସିଦ୍ଧ ଭାରତୀୟ ପଦାର୍ଥବିଜ୍ଞାନୀ ସୁବ୍ରହ୍ମଣ୍ୟମ୍ ଚନ୍ଦ୍ରଶେଖରଙ୍କ ନାମରେ ତାଙ୍କ ସାନ ପୁଅର ନାମ ଶେଖର ରଖିଛନ୍ତି। କାରଣ ତାଙ୍କ ପତ୍ନୀ ଶିବନ୍ ଗିଲିସ୍ ମଧ୍ୟ ଜଣେ ଭାରତୀୟ ବଂଶୋଦ୍ଭବ।
ବିଶ୍ୱର ସବୁଠାରୁ ଧନୀ ବ୍ୟବସାୟୀ ଏଲନ୍ ମସ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହି ସୂଚନା ସେୟାର କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, “ମୁଁ ମୋର ପୁଅ, ଷ୍ଟ୍ରାଇଡର ଶେଖର (ଆରାଗର୍ଣ୍ଣ ଏବଂ ମହାନ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖରଙ୍କ ନାମରେ ନାମିତ) ଏବଂ ମୋ ଝିଅ ଧୂମକେତୁ ଆଜ୍ୟୁରଙ୍କ ଉପରେ ଗର୍ବିତ। ଯାହାର ନାମ ଏଲଡେନ୍ ରିଙ୍ଗର ସବୁଠାରୁ ଶକ୍ତିଶାଳୀ ମନ୍ତ୍ର ଅନୁସାରେ ରଖାଯାଇଛି।”
ତେବେ ମସ୍କ ପୂର୍ବରୁ ଏକ ସୋସିଆଲ ମିଡିଆରେ କହିଛନ୍ତି ଯେ ତାଙ୍କ ସାଥୀ ଶିବନ୍ ଅଧା ଭାରତୀୟ। ସେଥିପାଇଁ ସେ ପୁଅର ମଝି ନାମ ଶେଖର ରଖିବେ। ଯାହା ପ୍ରସିଦ୍ଧ ବୈଜ୍ଞାନିକ ଚନ୍ଦ୍ରଶେଖରଙ୍କ ନାମରୁ ଆସିଛି।