ପୁରୀ: ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ରଥଯାତ୍ରା ପାଇଁ ଆଗୁଆ ପ୍ରସ୍ତୁତି ।ବୈଠକ ନେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ରଥ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ।ପୁର୍ବ ବର୍ଷର ବଳକା ୪୭ ଖଣ୍ଡ କାଠ କୁ ଛାଡ଼ି ଦେଲେ ୮୧୮ ଖଣ୍ଡ କାଠ ଆବଶ୍ୟକ । ଖପୁରିଆ ସମିଲ୍ କୁ ଯିବ ୪୦୨ ଖଣ୍ଡ କାଠ । କରତ କଳ କୁ ଯିବ ଅନ୍ୟ ୪୧୬ ଖଣ୍ଡ କାଠ। ଚାରମାଳ ପାଇଁ ଆବଶ୍ୟକୀୟ କାଠ ଯୋଗାଇଦେବାକୁ ମଧ୍ୟ ଡି ଏଫ୍ ଓଙ୍କୁ କୁହାଯାଇଛି ।
ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ ଶୁଳ୍କ ୧୦ ଟଙ୍କା ।କୌଣସି ଘରୋଇ ସଂସ୍ଥା ନୁହେଁ ନିଜେ ଶ୍ରୀମନ୍ଦିର ପ୍ରଶାସନ ଆଦାୟ କରିବ ମାହାଲ । ବୟସ୍କ ଦିବ୍ୟାଙ୍ଗ ଦେବେନି କୌଣସି ଶୁଳ୍କ । ମୋବାଇଲ ଷ୍ଟାଣ୍ଡ,ଜୋତା ଷ୍ଟାଣ୍ଡ , କ୍ଲୋକ୍ ରୁମ୍ ରେ ନିଶୁଳ୍କ ସେବା ଯୋଗାଇ ଦିଆଯିବ । ଶ୍ରୀ ଗୁଣ୍ଡିଚା ମନ୍ଦିର ଖୋଲିବାର ପ୍ରଥମ ତିନି ଦିନ ନିଶୁଳ୍କ ପ୍ରବେଶ କରିବେ ଭକ୍ତ ।ଖୁବ୍ ଶୀଘ୍ର ସରିବ କାର୍ଯ୍ୟ ।ଉତ୍ତର ପାର୍ଶ୍ଵ ଗୁମୁଟ ପାଉଛି ନୂଆ ଡିଜାଇନ୍। ତିନି ପାର୍ଶ୍ଵର ହେଉଛି ନବୀକରଣ ।ଗଜପତିଙ୍କ ଅଧ୍ୟକ୍ଷତାରେ କମିଟି କରୁଛି ତଦାରଖ ।
ସେପଟେ ବରିଷ୍ଠ ଅଧିକାରୀଙ୍କ ମାସିକ ସମୀକ୍ଷା ବୈଠକରେ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଜାନୁଆରୀ ୧୭ ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ରତ୍ନଭଣ୍ଡାର ପାଇଁ ଆସିବ ଚୁଡାନ୍ତ ଏସ ଓ ପି । ରତ୍ନ ଅଳଙ୍କାର ର ଡ଼ିଜିଟାଇଜେସନ୍ ଓ ସ୍ଥାନାନ୍ତର ଗଣତି ମଣତି ପାଇଁ ହୋଇଛି ପ୍ରସ୍ତୁତି।
୨୦୨୬ – ୨୭ ବର୍ଷ ବଜେଟ ରାଜ୍ୟ ସରକାରଙ୍କୁ ପ୍ରେରଣ କରାଯିବ । ରାଜସ୍ବ ଜମିର ସୁରକ୍ଷା ତଥା ରାଜସ୍ବ ଉତ୍ସ ରୁ ଆଦାୟ ପାଇଁ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ।ଶ୍ରୀମନ୍ଦିର ଡୋନେଶନ ସେଲ ଓ ଡିଜିଟାଲ ହୁଣ୍ଡି ପାଇଁ ଚୂଡାନ୍ତ ଅନୁମୋଦନ ଦେବ ପରିଚାଳନା କମିଟି ।
ସେପଟେ ଡିଜିଟାଲ ଲାଇବ୍ରେରୀ ପାଇଁ ଏନ୍ ଆଇ ସି ଅଧିକାରୀ ମାନଙ୍କ ସହ ଆଲୋଚନା କରାଯାଇଅଛି । manuscript ମିଶନ ର ଦିଲ୍ଲୀ ଟିମ ମାଧ୍ୟମରେ ତାଳପତ୍ର ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ସମ୍ପର୍କିତ ସମସ୍ତ ଦୁର୍ଲଭ ପୋଥିର ହେବ ଡିଜିଟାଇଜେସନ୍ । କୋଟିଆ ରେ ଏକ ରଥ ଚକ କୁ ନେଇ ଲଗାଯିବା ପାଇଁ ହୋଇଛି ବ୍ୟବସ୍ଥା ।
ଦିବ୍ୟାଙ୍ଗ ଓ ବରିଷ୍ଠ ଙ୍କ ପାଇଁ ଖୁବ୍ ଶୀଘ୍ର ଉତ୍ତର ଦ୍ଵାରରେ ସ୍ଥାୟୀ ବ୍ୟବସ୍ଥା ହେବ ।ଶ୍ରୀମନ୍ଦିର ପ୍ରଶାସନ ନିୟୋଜିତ କରିବ କର୍ମଚାରୀ । ମନ୍ଦିର ପ୍ରଶାସନ ବହନ କରିବ ସର୍ଭିସ୍ ଫି ।
ସେହିପରି ଖୁବ୍ ଶୀଘ୍ର ଏମାର ମଠ ଠାରେ ଥିବା ଗର୍ତ୍ତ ରେ ହେବ ପ୍ରକଳ୍ପ । ଓବିସିସି ଦ୍ଵାରା ପ୍ରକଳ୍ପ ହେବ ।ଭିତର ପରିକ୍ରମା ରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସଫେଇ ଇତ୍ୟାଦି ଜାରି ରହିଛି । ବାହାର ପରିକ୍ରମା ରେ ଯେଉଁ ପରିସ୍ରା ଆବର୍ଜନା ଇତ୍ୟାଦି ହେଉଛି,ସେନେଇ ପୌର ଅଧିକାରୀଙ୍କୁ ଅନୁରୋଧ କରାଯାଇଛି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ସେହିପରି ନାଟ ମଣ୍ଡପ ଶୀତ ତାପ ନିୟନ୍ତ୍ରଣ ପାଇଁ ସରିଛି ଟେଣ୍ଡର । ନୀତିକାନ୍ତି ପ୍ରଭାବ ନହୋଇ ହେବ କାମ ।