ଭଦୋଦରା: ଏଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଆରମ୍ଭ ହୋଇଛି । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୂଖରେ ୩୦୧ ରନର ବିଜୟ ଲକ୍ଷ୍ୟ ରଖିଛି । ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଦଳଗତ ପ୍ରଦର୍ଶନ କରିବା ଯୋଗୁ ସ୍କୋର ୩୦୦ ଛୁଇଁ ପାରିଥିଲା । ଡାରେଲ ମିଚେଲ ଦଳ ପକ୍ଷରୁ ସର୍ବାଧିକ ୮୪ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଭନ କନୱେ ୫୬ ଓ ହେନରୀ ନିକୋଲସ ୬୨ ରନର ଉପଯୋଗୀ ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ସଫଳ ବୋଲର ଭାବେ ମହମ୍ମଦ ସିରାଜ, ହର୍ଷିତ ରାଣା ଓ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଲେଖାଏଁ ୱିକେଟ ନେଇଥିଲେ । କୂଲଦୀପ ଯାଦବ ଗୋଟିଏ ୱିକେଟ ହାସଲ କରିଥିଲେ ।
ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଭାରତର ବ୍ୟାଟିଂରେ ଷ୍ଟାର ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଉପରେ ନଜର ରହିବ । ଆଘାତ ସମସ୍ୟା ଯୋଗୁ ଭାରତର ଷ୍ଟାର ୱିକେଟ କିପର ରିଷଭ ପନ୍ତ ସମ୍ପୂର୍ଣ୍ଣ ସିରିଜରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ ଯୁବ ୱିକେଟକିପର ଧ୍ରୁବ ଜୁରେଲଙ୍କୁ ଦଳରେ ସାମିଲ କରାଯାଇଛି ।