Latest Odisha News

BREAKING NEWS

ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା

ମୟୂରଭଞ୍ଜ: ନିଜର ଯୌନ ଲାଳସା ପୂରଣ କରିବା ପରେ ବୃଦ୍ଧାଙ୍କୁ ପଥରରେ ଛେଚି କରିଲେ ହତ୍ୟା। ମୟୂରଭଞ୍ଜ ଜିଲ୍ଲା ଆମ୍ବିକାଦେଇପୁର ଅଞ୍ଚଳର ମହାଲି ଗାଁରୁ ଏପରି ଲୋମ ଟାଙ୍କୁରା ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଘରେ କେହି ନଥିବା ସୁଯୋଗ ନେଇ ବୃଦ୍ଧା ମହିଳାଙ୍କୁ ଦୁଷ୍କର୍ମ କରିଛି ପଡୋଶୀ । ଅଭିଯୁକ୍ତ ପଡ଼ୋଶୀଙ୍କୁ ଗିରଫ କରି ତଦନ୍ତ କରୁଛି ଉଦଳା ଥାନା ପୁଲିସ ।

ଖବରମୁତାବକ, ଆଜି ବୃଦ୍ଧାଜଣକ ଘରେ ଥିଲେ, ଅପରାହ୍ନରେ ପଡ଼ୋଶୀ ରଘୁ ହେମ୍ବ୍ରମ ତାଙ୍କ ଘରେ ପଶି ବଳ ପୂର୍ବକ ତାଙ୍କୁ ଦୁଷ୍କର୍ମ କରିଥିଲେ । ପରେ ସେ ପଥରରେ ଛେଚି ହତ୍ୟା କରି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ସ୍ଥାନୀୟ ଲୋକେ ଘଟଣା ବାବଦରେ ଜାଣିବା ପରେ ଏ ନେଇ ପୋଲିସକୁ ଖବର ଦେଇଥିଲେ।ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ପ୍ରାଥମିକ ତଦନ୍ତରୁ ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜାଣିବାକୁ ପାଇଛି।

Leave A Reply

Your email address will not be published.