Latest Odisha News

BREAKING NEWS

କିଏ ଏହି ମୁସଲିମ ବ୍ରଦରହୁଡ; ଯାହାକୁ ଆତଙ୍କବାଦୀ ସଂଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୁସଲିମ ବ୍ରଦରହୁଡକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛନ୍ତି।

ମଙ୍ଗଳବାର ଦିନ ଟ୍ରେଜେରୀ ଏବଂ ଷ୍ଟେଟ୍ ଡିପାର୍ଟମେଣ୍ଟ ମୁସଲିମ ବ୍ରଦରହୁଡର ଲେବାନିଜ୍, ଜୋର୍ଡାନ ଏବଂ ଇଜିପ୍ଟର ଶାଖା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି। କାରଣ ଏହି ସଂଗଠନଗୁଡ଼ିକ ଆମେରିକା ଏବଂ ଏହାର ସ୍ୱାର୍ଥ ପାଇଁ ବିପଦ ସୃଷ୍ଟି କରୁଛି। ଏହି ଗୋଷ୍ଠୀ ୧୯୨୦ ଦଶକରେ ମିଶରରେ ପ୍ରତିଷ୍ଠିତ ହୋଇଥିଲା ଏବଂ ସମଗ୍ର ଅଞ୍ଚଳରେ ରାଜନୈତିକ ଏବଂ ଇସଲାମିକ୍ ଆନ୍ଦୋଳନ ପଛରେ ଏକ ପ୍ରେରଣାଦାୟକ ଶକ୍ତି ସାଜିଥିଲା।

ମୁସଲିମ ବ୍ରଦରହୁଡ କିମ୍ବା ଜମାତ ଅଲ-ଇଖୱାନ ଅଲ-ମୁସଲିମିନ୍ ୧୯୨୮ ମସିହାରେ ହାସନ ଅଲ-ବାନ୍ନାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସେମାନଙ୍କର ଲକ୍ଷ୍ୟ ଥିଲା ସବୁଠି ଇସଲାମିକ୍ ଆଇନ ବା ଶରିଆ କାର୍ଯ୍ୟକାରୀ କରିବା। ସଂଗଠନର ବିଚାରଧାରା ଥିଲା, “ଇସଲାମ ହେଉଛି ସମାଧାନ,”।

ଯଦିଓ ସଂଗଠନର ନେତାମାନେ ହିଂସା ପରିତ୍ୟାଗ କରିଥିବା ଦାବି କରନ୍ତି ତଥାପି ମୁସଲିମ ବ୍ରଦରହୁଡ ଐତିହାସିକ ଭାବରେ ଅନେକ ହିଂସାତ୍ମକ ଘଟଣାରେ ଜଡିତ ରହିଛି। ଏହାର ସଶସ୍ତ୍ର ଗୋଷ୍ଠୀଗୁଡ଼ିକ ବ୍ରିଟିଶ ଉପନିବେଶବାଦୀ ଏବଂ ଇସ୍ରାଏଲ ବିରୁଦ୍ଧରେ ଲଢ଼ିଥିଲେ। ୧୯୪୮ ମସିହାରେ ମିଶରର ପ୍ରଧାନମନ୍ତ୍ରୀ ମହମୁଦ ଫାହମି ଅଲ-ନୋକ୍ରାସିଙ୍କ ହତ୍ୟାରେ ଏହି ସଂଗଠନର ସମ୍ପୃକ୍ତି ଥିବା ସନ୍ଦେହ କରାଯାଇଥିଲା। ହାସନ ଅଲ-ବାନ୍ନାଙ୍କ ହତ୍ୟା ମଧ୍ୟ ଏହି ବିବାଦ ସହିତ ଜଡିତ ଥିଲା।

ମୁସଲିମ ବ୍ରଦରହୁଡର ଉତ୍ଥାନ ଏବଂ ପତନ ଜଟିଳ ଥିଲା

୧୯୫୨ ମସିହାରେ ମିଶରରେ ଏକ ସାମରିକ ବିପ୍ଳବ ହୋଇଥିଲା ଏବଂ ଏହାର ଅନେକ ସଦସ୍ୟଙ୍କୁ ଜେଲଦଣ୍ଡ ଦିଆଯାଇଥିଲା। ସୟଦ କୁତୁବଙ୍କୁ ମଧ୍ୟ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୧୯୭୦ ଦଶକରେ ଏହି ସଂଗଠନ ପୁନର୍ବାର ଉଭା ହୋଇଥିଲା। ଅନୱର ସାଦତ ଏହାକୁ ବାମପନ୍ଥୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରିଥିଲେ। ପରବର୍ତ୍ତୀ ସମୟରେ, ହୋସନି ମୁବାରକଙ୍କ ଶାସନ ସମୟରେ ସଂଗଠନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା କିନ୍ତୁ ୨୦୦୫ ସୁଦ୍ଧା ଏହା ଏକ ଦୃଢ଼ ବିରୋଧୀ ଗୋଷ୍ଠୀ ହୋଇଯାଇଥିଲା।

 

Leave A Reply

Your email address will not be published.