ନବରଙ୍ଗପୁର: ଜିଲ୍ଲା ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ବାପାଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ସାନ ଝିଅ ଶ୍ମଶାନରେ ମୁଖାଗ୍ନି ଦେଇଛି । ଲୋକଙ୍କ ଟାହି ଟାପରାକୁ ଭୟ ନକରି ବାପାଙ୍କ ଶେଷ ଇଚ୍ଛାକୁ ସମ୍ମାନ ଦେଇଛି ଝିଅ । ନବରଙ୍ଗପୁର ଜିଲ୍ଲାରେ ବିଜେପିର ପ୍ରତିଷ୍ଠାତା ଭାବେ ଗଙ୍ଗାଧର ସାମନ୍ତରାୟଙ୍କୁ ସମସ୍ତେ ଜାଣନ୍ତି । ତାଙ୍କ ମୃତ୍ୟୁ ପରେ ସାନ ଝିଅ ସ୍ୱାଗତିକା ସାମନ୍ତରାୟ ମୁଖାଗ୍ନି ଦେଇ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଇନ୍ଦ୍ରାବତୀ ନଦୀଘାଟରେ ଥିବା ଶ୍ମଶାନରେ ମୁଖାଗ୍ନି ଦିଆଯାଇଛି । ଗଙ୍ଗାଧର ନିଜେ ଜଣେ ସମାଜ ସଂସ୍କାରକ ଥିଲେ । ସମାଜରୁ କୁସଂସ୍କାର ଦୁରେଇବା ପାଇଁ ସେ ଚେଷ୍ଟା କରନ୍ତି । ତାଙ୍କ ଝିଅ ଏଭଳି କାମ କରିଥିବାରୁ ନିଜକୁ ଧନ୍ୟ ମନେ କରିଥିବା ପ୍ରକାଶ କରିଛନ୍ତି ।
ଗଙ୍ଗାଧର ପୁଅ ଝିଅ ମଧ୍ୟରେ ପ୍ରଭେଦ ଦେଖୁନଥିଲେ । ତାଙ୍କ ଶେଷ ସମୟରେ ସେ କହିଥିଲେ ମୋ ଝିଅମାନେ ମୁଖାଗ୍ନି ଦେବେ । ସମାଜରେ ବହୁତ ଲୋକ କୁଂସ୍କାରରେ ବୁଡି ରହିଛନ୍ତି । ତେଣୁ ଏଥିରୁ ବାହାରିବା ନିହାତି ଦରକାର । ଝିଅ ମଧ୍ୟ ବାପାଙ୍କ ଇଛାକୁ ସ୍ୱିକୃତି ଦେଇ ମୁଖାଗ୍ନି ଦେଇଛି । ଗଙ୍ଗାଧରଙ୍କ ମୃତ୍ୟୁ ପରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ ।
ଝିଅ ହୋଇ ମୁଖାଗ୍ନି ଦେବା ଘଟଣାକୁ ସହଜରେ କେହି ଗ୍ରହଣ କରିବେ ନାହିଁ । ହେଲେ ଆଜି କାଲିକା ଦୁନିଆରେ ସବୁ ପୁଅ ଝିଅ ସମାନ । ତେଣୁ ସବୁ ବାପା ମା ନିଜ ପିଲାକୁ ପାତର ଅନ୍ତର ନକରିବା ପାଇଁ ଏହା ଏକ ବାର୍ତ୍ତା ବୋଲି କୁହାଯାଇଛି ।