Latest Odisha News

BREAKING NEWS

ସୁନ୍ଦରଗଡ ଆଦର୍ଶ ସ୍କୁଲ ପରିଦର୍ଶନ କଲେ ବିଜୟ ସାହୁ; ଭିତ୍ତିଭୂମି ବିକାଶ ନେଇ ଆଲୋଚନା

ସୁନ୍ଦରଗଡ଼: ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଡ଼. ବିଜୟ କୁମାର ସାହୁ ମଙ୍ଗଳବାର ଦିନ ସୁନ୍ଦରଗଡ଼ ଜିଲ୍ଲା ତାଳସଙ୍କର ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କିଛି ସମୟ ଅତିବାହିତ କରିଛନ୍ତି ।

ଏହାପରେ ସନ୍ଧ୍ୟାରେ ସେ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ, ୱାର୍କସ ଡିପାର୍ଟମେଣ୍ଟ, ଡିଏମଏଫ ଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରିନସିପାଲ ଓ କର୍ମଚାରୀଙ୍କ ସହ ଏକ ବୈଠକ କରିଛନ୍ତି ।

ଏହି ବୈଠକରେ ପିଲାଙ୍କ ପାଇଁ ବିଦ୍ୟାଳୟର ଭିତ୍ତିଭୂମି ସହ ସମସ୍ତ ସୁବିଧାସୁଯୋଗ, ଗମନାଗମନ, ବାଳକ ଓ ବାଳିକା ହଷ୍ଟେଲ ନିର୍ମାଣ, ଅତ୍ୟାଧୁନିକ ଶ୍ରେଣୀଗୃହ, ଲାଇବ୍ରେରୀ, ଲ୍ୟାବ, ଖେଳ ତଥା ବହୁକ୍ରିୟାଶୀଳ ଅଡିଟୋରିୟମ ଆଦି ନିର୍ମାଣ କରିବା ନେଇ ଆଲୋଚନା ହୋଇଛି ।

ସୁନ୍ଦରଗଡର ଆଦର୍ଶ ବିଦ୍ୟାଳୟକୁ କିପରି ଉତ୍କୃଷ୍ଟମାନର କରାଯିବ ସେନେଇ ଧ୍ୟାନ କେନ୍ଦ୍ରିତ କରାଯାଉଥିବା ସୂତ୍ରରୁ ପ୍ରକାଶ ।

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ସଂସ୍ଥାପକ ବିଜୟ କୁମାର ସାହୁ ଗତବର୍ଷ ଜୁନ ମାସରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା କାର୍ଯ୍ୟଭାର ଗ୍ରହଣ କରିଥିଲେ । ଆଉ ସେବେଠାରୁ ଦେଶରେ ମାନ୍ୟତା ପ୍ରାପ୍ତ ବ୍ରାଣ୍ଡ ଭାବେ ଆଦର୍ଶ ବିଦ୍ୟାଳୟକୁ ସ୍ଥାନ ଦେବାକୁ ସେ ପ୍ରୟାସରତ ।

ରାଜ୍ୟର ଅପହଞ୍ଚ ଇଲାକାରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବା ପାଇଁ ‘ଆଦର୍ଶ ସ୍କୁଲ’ ର ନିର୍ମାଣ ହୋଇଛି । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଡ୍ରିମ ପ୍ରୋଜେକ୍ଟ।

ଆଦର୍ଶ ମଡେଲ ସ୍କୁଲ ଉପରେ ଏକ ନଜର:

ଛାତ୍ର ସଂଖ୍ୟା (ବର୍ତ୍ତମାନ): ୬୦,୦୦୦

ଲିଖିତ ଛାତ୍ର ସଂଖ୍ୟା: ୨.୪୦ ଲକ୍ଷ

ବର୍ତ୍ତମାନ ଚାଲୁଥିବା ସ୍କୁଲ: ୨୧୪

ଆଗାମୀ ବର୍ଷ ମଧ୍ୟରେ ହେବାକୁ ଥିବା ନୂଆ ସ୍କୁଲ: ୩୪

ଉଚ୍ଚ ମାଧ୍ୟମିକ ସ୍ତର ପର୍ଯ୍ୟନ୍ତ ଅପଗ୍ରେଡ କରାଯାଇଥିବା ସ୍କୁଲ: ୩୦

ବାଳିକା ମାନଙ୍କ ପାଇଁ ହଷ୍ଟେଲ ସୁବିଧା ଥିବା ସ୍କୁଲ: ୮୩

Leave A Reply

Your email address will not be published.